ରାଜ୍ୟରେ ପ୍ରଥମ: ଝାରପଡ଼ା ଜେଲ୍‌ରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ

ଭୁବନେଶ୍ବର : ବଦଳିବ ଝାରପଡ଼ା ଜେଲର ରୂପରେଖ। ରାଜ୍ୟରେ ପ୍ରଥମ ଥର ପାଇଁ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ତିଆରି ହେବାକୁ ଯାଉଛି କିନ୍ନର ଓ୍ବାର୍ଡ। ଟ୍ରାନସଜେଣ୍ଡର ଆଇନ ଅନୁସାରେ ଜେଲ ପରିସରରେ ୧୦ ବେଡ୍ ବିଶିଷ୍ଟ ଓ୍ବାର୍ଡ ତିଆରି ହେବ। ସୋମବାର ଅପରାହ୍ନରେ ଝାରପଡ଼ା ଜେଲକୁ ଯାଇ ଫେରିବା ପରେ ଡିଜି ସନ୍ତୋଷ ଉପାଧ୍ୟୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅସୁସ୍ଥ ଓ ବୃଦ୍ଧଙ୍କ ପାଇଁ ୧୦ଟି ବେଡ୍ ଉପଲବ୍ଧ ରହିବ। ଗ୍ୟାଙ୍ଗଷ୍ଟର ଓ କୁଖ୍ୟାତ ଅପରାଧୀଙ୍କ ପାଇଁ ୧୦ଟି ସ୍ବତନ୍ତ୍ର ସେଲ୍ ତିଆରି କରାଯିବ। କଏଦୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଶହେ କ୍ଷମତା ବିଶିଷ୍ଟ ନୂଆ ଓ୍ବାର୍ଡ ତିଆରି କରାଯିବ। ଏହା ସହ ୪ ଅଫିସର୍ସ କ୍ବାର୍ଟର୍ସ ଓ ୬ ଓ୍ବାର୍ଡର କ୍ବାର୍ଟର୍ସ ତିଆରି କରାଯିବ। ଶ୍ରୀ ଉପାଧ୍ୟୟଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଝାରପଡ଼ା ଜେଲରେ କଏଦୀଙ୍କ କ୍ଷମତା ୭୫୦ ରହିଥିବା ବେଳେ ଏହାଠାରୁ ଯଥେଷ୍ଟ ଅଧିକ ରହୁଥିଲେ। ସେହିପରି ପୂର୍ବରୁ ଗ୍ୟାଙ୍ଗଷ୍ଟର ଓ କୁଖ୍ୟାତ ଅପରାଧୀଙ୍କ ପାଇଁ ୨୦ଟି ସ୍ବତନ୍ତ୍ର ସେଲ୍ ରହିଥିଲା।

ସମ୍ବନ୍ଧିତ ଖବର