ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତି

ପୁରୁଣା ଭୁବନେଶ୍ୱର : ବୁଧବାର ଦିନ ପବିତ୍ରାରୋପଣ ବା ପଇତା ଲାଗି ନୀତି ବ୍ୟାଘାତ ପରେ ଗୁରୁବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ସ୍ବାଭାବିକ ହୋଇଥିଲା।  ସକାଳୁ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ଅବକାଶ ପରେ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ କ୍ରମ ଅନୁଯାୟୀ ନୀତି ହୋଇଥିଲା। ପାଳିଆ ସେବାୟତମାନେ ସାମିଲ ହୋଇ ନୀତି କରିଥିଲେ। ଗୁରୁବାର ଦିନ ବହୁ ଶ୍ରଦ୍ଧାଳୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ଅଭିଷେକ କରିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ବୁଧବାର ଦିନ ଶ୍ରୀଲିଙ୍ଗରାଜଙ୍କ ପଇତା ଲାଗି ହୋଇପାରିନଥିଲା। ଏଥିସହ ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ଠାକୁର ଦିନ ତମାମ ଉପାସ ରହିଥିଲେ। ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର