ସ୍ବ‌ଦେଶୀ ଜାଗରଣ ମଞ୍ଚର ରାଜ୍ୟ ସମ୍ମିଳନୀ ୨୭ରେ

ଭୁବନେଶ୍ବର: ‘ସ୍ବଦେଶୀ ଜାଗରଣ ମଞ୍ଚ’ର ରାଜ୍ୟ ସମ୍ମିଳନୀ ଆସନ୍ତା ୨୭ ତାରିଖରୁ ୩ ଦିନ ଧରି ମଞ୍ଚେଶ୍ବରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ସାରା ରାଜ୍ୟରୁ ୫୦୦ରୁ ଅଧିକ କର୍ମକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମଞ୍ଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିପାଇଁ ଆଜି ଏକ ଉପଦେଷ୍ଟାମଣ୍ଡଳୀ ଗଠନ କରାଯାଇଛି। ଏହାର ଅଧ୍ୟକ୍ଷ ଭାବେ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି।

ଆଜି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସମ୍ମିଳନୀର ସୂଚନାପତ୍ର ଉନ୍ମୋଚନ କରାଯାଇଛି। ଏଥିରେ ରାଜ୍ୟ ସଂଗଠକ ନିର୍ମଳ ଷଡ଼ଙ୍ଗୀ, ପ୍ରାନ୍ତ ସହସମ୍ପାଦକ ଆଶୁତୋଷ ମୁଖାର୍ଜୀ, ପ୍ରାନ୍ତ ପ୍ରଚାର ପ୍ରମୁଖ ରଘୁନାଥ ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା, ନଗର ସଂଯୋଜକ ବିଜୟ କୁମାର ରାଉତରାୟ, ନଗର ସମ୍ପର୍କ ପ୍ରମୁଖ ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର