‘ଟେକ୍ସଟାଇଲ୍ ଟେଲ୍‌ସ ଫ୍ରମ୍ ଟ୍ରାଇବାଲ୍ ଓଡ଼ିଶା’ ଲୋକାର୍ପିତ

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତଥା ଲେଖକ ରାଜା ପରିଜାଙ୍କ ପୁସ୍ତକ ‘ଟେକ୍ସଟାଇଲ୍ ଟେଲ୍‌ସ ଫ୍ରମ୍ ଟ୍ରାଇବାଲ୍ ଓଡ଼ିଶା’ ଉନ୍ମୋଚିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଲୋକାର୍ପିତ କରିଛନ୍ତି।

ପୁସ୍ତକରେ ଓଡ଼ିଶାର ବିଭିନ୍ନ ପ୍ରକାର ହସ୍ତତନ୍ତ, ହାତବୁଣା କପଡ଼ା, ପ୍ରାକୃତିକ ରଙ୍ଗର ବ୍ୟବହାର, ବର୍ତମାନ ସମୟରେ ଫ୍ୟାସନ୍‌ର ସ୍ଥିତି ପରି ବିଭିନ୍ନ ବିଷୟବସ୍ତୁ ରହିଛି। ଓଡ଼ିଶା ଟେକ୍ସଟାଇଲ କେମିକାଲ୍ ମୁକ୍ତ, ଇକୋ-ଫ୍ରେଣ୍ଡଲି, ଟ୍ରାଇବାଲ୍ କଳାକାର ଓ ବୁଣାକାରଙ୍କ ଅନାଲୋଚିତ କାହାଣୀ ମଧ୍ୟ ପୁସ୍ତକରେ ସ୍ଥାନିତ ହୋଇଛି। ଏଥିସହ ଶ୍ରୀ ପରିଜା ଫଟୋଗ୍ରାଫର ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର