ମହାଶିବରାତ୍ରୀ ପାଇଁ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‌ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଦିନକ ପରେ ସାରା ରାଜ୍ୟ ସହିତ ରାଜଧାନୀ ଭୁବନେଶ୍ବରରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ। ଚଳିତ ଥର କରୋନା ଭାଇରସ୍‌ ମହାମାରୀ ଲାଗି କଟକଣା ସହିତ ଜାଗର ପାଳିବେ ଭକ୍ତ। ଭୁବନେଶ୍ବରରେ ଜାଗର କେମିତି ପାଳନ କରାଯିବ ଏ ନେଇ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଥିବା ବେଳେ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ମାର୍ଗଦର୍ଶିକା ଜାରି ହୋଇଛି। ବିଶେଷ ଭାବରେ ଏକାମ୍ର କ୍ଷେତ୍ରରେ ଭିଡ଼ ଏଡେଇବା ପାଇଁ କମିସନରେଟ ପୁଲିସ୍‌ ଆସନ୍ତା ୧୧ ତାରିଖ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ଉତ୍ସବ ଉପଲକ୍ଷେ ଯାନବାହାନ ଚଳାଚଳ ସୁନିୟନ୍ତ୍ରଣ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ନିମନ୍ତେ ଅର୍ବାନ ପୁଲିସ ଆଇନ୍‌ ୨୦୦୩ ଧାରା ୨୮ ଓ ଟ୍ରାଫିକ୍‌ ଆଇନ୍‌ ୧୯,୨୧,୩୬ ଓ ୩୭ ଅନୁସାରେ ନିମ୍ନୋକ୍ତ ନିର୍ଦ୍ଦେଶନାମା ଜାରି କରିଛି।

ସମ୍ବନ୍ଧିତ ଖବର