ଦୁଇ ନିଶାଡ଼ିଙ୍କ ମଧ୍ୟରେ ଗଣ୍ଡଗୋଳ, ୨ ଆହତ

ବାଲିଅନ୍ତା : ବାଳକାଟି ବଜାର ସାପ୍ତାହିକ ହାଟ ନିକଟରେ ରବିବାର ରାତି ସାଢ଼େ ୯ଟାରେ ଦୁଇ ନିଶାଡ଼ିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ପନିକି ଓ ଠେଙ୍ଗାମାଡ଼ରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ବୟ ହେଲେ, ନିକଟସ୍ଥ ବଡ଼ ଭୋଇସାହିର ସତ୍ୟ ନାରାୟଣ ଭୋଇ (୩୨) ଓ ଉକ୍ତ ସାହିରେ ରହୁଥିବା ବିଜୟ ମାରାଣ୍ଡି (୩୪)।

ହାଟ ଭିତରୁ ଦୁହେଁ ଗଣ୍ଡଗୋଳ କରି ମୁଖ୍ୟ ରାସ୍ତା ଆଡ଼କୁ ଗୋଡ଼ାଗୋଡ଼ି ହୋଇ ମାଡ଼ି ଆସିଥିଲେ। ରାସ୍ତାରେ ଜଣେ ମାଛ ଦୋକାନରୁ ପନିକି ଆଣି ଅନ୍ୟ ଜଣଙ୍କୁ ମୁଣ୍ଡକୁ ଆକ୍ରମଣ କରିଥିଲା। ସେହିପରି ଅନ୍ୟ ନିଶାଡ଼ିଜଣଙ୍କ ଏକ ଠେଙ୍ଗାରେ ପାଲଟା ଆକ୍ରମଣ କରିଥିଲା। ଏଥିରେ ଉଭୟ ସତ୍ୟନାରାୟଣ ଓ ବିଜୟ ରକ୍ତାକ୍ତ ହୋଇପଡ଼ିଥିଲେ। ଏହାକୁ ନେଇ କିଛି ସମୟ ଧରି ବାଳକାଟି ବଜାରରେ ଆତଙ୍କର ବାତାବରଣ ସୃଷ୍ଟି ହେବା ସହ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଦୀର୍ଘ ସମୟ ଧରି ଅଟକି ରହିଥିଲା। ବାଳପାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଦ୍ବୟଙ୍କୁ ହସ୍ପିଟାଲ ପଠାଇବା ସହ ଯାତାୟାତ ସ୍ବାଭାବିକ କରାଇଥିଲା।

ସମ୍ବନ୍ଧିତ ଖବର