‘ସମ୍ବାଦ ସାହିତ୍ୟଘର’ର ବୃକ୍ଷରୋପଣ ଅଭିଯାନକୁ ମୁରୁଜ କଳାରେ ସ୍ବାଗତ

ଭୁବନେଶ୍ବର: ପରିବେଶକୁ ସୁସ୍ଥ, ସୁନ୍ଦର ଏବଂ ସବୁଜିମା କରିବାରେ ସମସ୍ତଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମାନବୀୟ ହସ୍ତକ୍ଷେପ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସବୁଜିମା ଉଜୁଡ଼ିବାକୁ ବସିଲାଣି। ଏହାକୁ ବଜାୟ ରଖିବା ପାଇଁ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଏହି ଅଭିଯାନର ପ୍ରଚାରପ୍ରସାର ପାଇଁ ସାମାଜିକ ଅନୁଷ୍ଠାନ, ମହିଳା ସ୍ବୟଂସହାୟକ ସମୂହ, ଗାଁ କ୍ଲବମାନଙ୍କୁ ସାମିଲ କରାଯାଇ ଗଛର ମହତ୍ବ ସମ୍ପର୍କରେ ବୁଝା ଯାଉଛି। ସମ୍ବାଦ ସାହିତ୍ୟଘରର ଏହି ପ୍ରୟାସକୁ ମୁରୁଜ କଳା ମାଧ୍ୟମରେ ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ସ୍ବାଗତ କରିଛନ୍ତି। ଏହାସହ ପ୍ରତ୍ୟେକେ ନିଜ ନିଜ ବଗିଚାରେ ଗଛ ଲଗାଇବା ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର