ଟ୍ରେନ୍‌ରେ ଶିଶୁପୁତ୍ରକୁ ଜନ୍ମଦେଲେ ମହିଳା

ଭୁବନେଶ୍ବର : ହାୱଡ଼ା-ଯଶବନ୍ତପୁର ଏକ୍ସପ୍ରେସ୍‌ରେ ଶନିବାର ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆୟେଶା ନାମକ ଜଣେ ଗର୍ଭବତୀ ମହିଳା ଟ୍ରେନ୍‌ରେ ଯଶବନ୍ତପୁର ଅଭିମୁଖେ ଯାଉଥିଲେ। ଟ୍ରେନ୍‌ଟି ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିବା ବେଳକୁ ହଠାତ୍‌ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା। ଖବର ପାଇ ଆରପିଏଫ୍‌ର କିଛି ମହିଳା କର୍ମଚାରୀ ଏବଂ ‘ମେରୀ ସେଲରୀ’ ଟିମ୍ ପହଞ୍ଚି ମହିଳାଙ୍କୁ ବଗିର ଏକ ପାର୍ଶ୍ବକୁ ନେଇ ଯାଇଥିଲେ। କିଛି ସମୟ ପରେ ମହିଳାଜଣଙ୍କ ସେଠାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ରେଲୱେ ଡାକ୍ତର ପହଞ୍ଚି ମା’ ଏବଂ ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ରେଲୱେ ପୁଲିସ ଷ୍ଟେସନ୍‌ ଇନ୍‌-ଚାର୍ଜ କେ. ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର