ଚଳନ୍ତା ଅଟୋରେ ମହିଳାଙ୍କୁ ଅସଦାଚରଣ : ଯୁବକଙ୍କୁ ନିସ୍ତୁକ ମାଡ଼ ପରେ ପୁଲିସ ଜିମା

ଭୁବନେଶ୍ୱର : ମହିଳାଙ୍କୁ ପିଛା କରୁଥିଲା। ଗୋଟିଏ ଅଟୋରୁ ଓହ୍ଲାଇ ରାଜମହଲ ଛକରେ ଛକି ରହିଥିଲା। ମହିଳା ଯେଉଁ ଅଟୋରେ ଫେରୁଥିଲେ ପୁଣି ସେହି ଅଟୋରେ ଚଢ଼ିଥିଲା। ଏୟାରପୋର୍ଟ ଛକ ଟପିବା ପରେ ମହିଳାଙ୍କୁ ଚଳନ୍ତା ଅଟୋରେ ଅସଦାଚରଣ କରିଥିଲା। ପଳାସପଲ୍ଲୀ ଛକ ନିକଟରେ ମହିଳା ଅଟୋକୁ ଅଟକାଇ ପାଟି କରିବା ପରେ ସ୍ଥାନୀୟ ଲୋକ ଜମା ହୋଇ ଯାଇଥିଲେ। ଅସଦାଚରଣ କରିଥିବା ବ୍ୟକ୍ତିକୁ ଧରି ଉତ୍ତମମଧ୍ୟମ ଦେବା ପରେ ପିସିଆର ଭ୍ୟାନ ପହଞ୍ଚି ଏୟାରପୋର୍ଟ ଥାନାକୁ ନେଇଥିଲା। ଏୟାରପୋର୍ଟ ଥାନା ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଅଭିଯୁକ୍ତ ବାଲିପାଟଣା ଥାନା ସାହେବନଗର ଅଞ୍ଚଳର ମୁକ୍ତାର ଖାନ୍ ଓରଫ୍ ରାଜୁ(୪୭)କୁ ଗିରଫ କରିଛି। ଅପରାହ୍ନରେ ପୁଲିସ ରାଜୁକୁ କୋର୍ଟଚାଲାଣ କରିଛି।

ସୂଚନା ମୁତାବକ, ମହିଳାଙ୍କ ଘର ପୋଖରୀପୁଟ ଅଞ୍ଚଳରେ। ଆଜି ପୂର୍ବାହ୍ନ ପ୍ରାୟ ୯ଟାରେ ସେ ଅଟୋରେ ରସୁଲଗଡ଼ ଆସୁଥିଲେ। ରାଜୁ ମଧ୍ୟ ସେହି ଅଟୋରେ ଆସିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ମହିଳା ଅଟୋରୁ ଓହ୍ଲାଇ ରସୁଲଗଡ଼ ଯାଇଥିଲେ। ମଧ୍ୟାହ୍ନରେ ଅନ୍ୟ ଏକ ଅଟୋରେ ସେ ଘରକୁ ଫେରୁଥିଲେ। ରାଜମହଲ ଛକ ନିକଟରେ ରାଜୁ ସେହି ଅଟୋରେ ଚଢ଼ିଥିଲା। ବାଟରେ ମହିଳାଙ୍କୁ ଅସଦାଚରଣ କରିଥିଲା।

ସମ୍ବନ୍ଧିତ ଖବର