କୁଆଖାଇ ନଦୀରେ ବୁଡ଼ିଗଲେ ଚାରି ନାବାଳକ: ଅଳ୍ପକେ ବର୍ତ୍ତିଗଲେ ତିନି, ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠସ୍ଥ ବଙ୍କୁଆଳ ନିକଟରେ କୁଆଖାଇ ନଦୀରେ ବୁଡ଼ିଗଲେ ଚାରି ନାବାଳକ। ସେ ମଧ୍ୟରୁ ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ। ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବା ବେଳେ ମହେଶ୍ବର ପୃଷ୍ଟି (୧୨) ନାମକ ଜଣେ ନାବାଳକ ଅଚାନକ ବୁଡ଼ିଯାଇଥିଲେ।

ସେ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇ ନ ଥିଲେ। ପରେ ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ବହୁ ଖୋଜାଖୋଜି ପରେ ଶେଷରେ ବୁଡ଼ିଯାଇଥିବା ନାବାଳକ ମହେଶ୍ବର ପୃଷ୍ଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ମୁମୁର୍ଷୁ ଅବସ୍ଥାରେ ଥିବା ନାବାଳକଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର