ଯୁବକଙ୍କ ଝୁଲନ୍ତା ମୃତ ଦେହ ଜବତ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପୁଲିସ ଜିଜିପି କଲୋନି ସୃଷ୍ଟି ଭିଲ୍ଲା ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ତାଙ୍କ ନାଁ ଜିତେନ୍ଦ୍ର ସାହୁ(୩୪)। ଦୀର୍ଘଦିନ ହେବ ଜୀତେନ୍ଦ୍ର ଭୁବନେଶ୍ୱର ମାରୁତି ନେକ୍ସା ସୋରୁମ୍‌ରେ କାମ କରୁଥିଲେ। ତେବେ କେତେକ ଲୋକଙ୍କ ଠାରୁ ସେ ଟଙ୍କା ଉଧାର ଆଣିଥିଲେ। ହେଲେ ପରବର୍ତ୍ତୀ ସମୟରେ ଜିତେନ୍ଦ୍ର ଲୋକମାନଙ୍କୁ ଟଙ୍କା ଫେରାଇ ପାରିନଥିଲେ। ଯାହାକୁ ନେଇ ଜିତେନ୍ଦ୍ର ମାନସିକ ଚାପରେ ଥିଲେ। ତେବେ ଆଜି ସକାଳୁ ଜିତେନ୍ଦ୍ର କବାଟ ନ ଖୋଲିବାରୁ ପରିବାର ଲୋକ କବାଟ ଭାଙ୍ଗି ଦେଇଥିଲେ। ଆଉ ଜିତେନ୍ଦ୍ର ଫ୍ୟାନ୍‌ରେ ଝୁଲି ଝୁଲିଥିବା ଦେଖି ପରିବାରଲୋକ ଚକିତ ହୋଇଯାଇଥିଲେ। ଜିତେନ୍ଦ୍ର ବଞ୍ଚିଥିବେ ଭାବି ସେମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଜିତେନ୍ଦ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର