୨୦୨୦ ପ୍ରଥମ ଦିନ : ୬୭,୩୫୮ ଭାରତୀୟ ଭୂମିଷ୍ଠ

ଦର୍ପଣ

୨୦୨୦ ମସିହାର ପ୍ରଥମ ଦିନରେ ଭାରତରେ ସର୍ବମୋଟ ୬୭,୩୫୮ ଜଣ ଶିଶୁ ଭୂମିଷ୍ଠ ହୋଇଛନ୍ତି। ବୁଧବାର ଦିନ ୟୁନିସେଫ୍ ଦ୍ବାରା ଆକଳନ କରାଯାଇଥିଲା ଯେ ନୂଆ ବର୍ଷରେ ସାରା ବିଶ୍ବରେ ସମୁଦାୟ ୩,୯୨,୦୭୮ ଜଣ ଶିଶୁ ଜନ୍ମ ଲାଭ କରିବେ।

ତେବେ ଜଣାପଡ଼ିଛି ‌େଯ ଏହି ଦିନ ଜନ୍ମ ଲାଭ କରିଥିବା ଶିଶୁମାନଙ୍କ ଭିତରୁ ସର୍ବାଧିକ ୧୭% କେବଳ ଭାରତରେ ଜନ୍ମ ନେଇଛନ୍ତି। ଭାରତ ପଛକୁ ଚୀନ୍‌ରେ ୪୬,୨୯୯, ନାଇଜେରିଆରେ ୨୬,୦୩୯, ପାକିସ୍ତାନରେ ୧୬,୭୮୭, ଇଣ୍ଡୋନେସିଆରେ ୧୩,୦୨୦ ଓ ଆମେରିକାରେ ୧୦,୪୫୨ ଜଣ ଶିଶୁ ଜନ୍ମ ହୋଇଛନ୍ତି।

ନୂଆ ବର୍ଷର ଖୁସିକୁ ଦ୍ବିଗୁଣିତ କରିବା ପାଇଁ ତଥା ଶିଶୁର ଜନ୍ମ ଦିନକୁ ସ୍ମରଣୀୟ କରିବା ଲାଗି ପିତାମାତାମାନେ ଏହି ଶୁଭ ଦିନରେ ପିଲା ଜନ୍ମ କରିବାକୁ ଅଧିକ ଉତ୍ସାହ ପ୍ରଦର୍ଶନ କରିଥାନ୍ତି। ତେଣୁ ପ୍ରତି ନୂଆ ବର୍ଷର ପ୍ରଥମ ଦିନରେ ଅନେକ ଶିଶୁ ‘ସିଜୋରିଆନ୍ ସେକ୍‌ସନ’ ପଦ୍ଧତିରେ ଜନ୍ମ ନେଉଥିବା ଦେଖାଯାଉଛି।

ତେବେ ୨୦୨୦ ସନ୍ତାନ ଆଶାୟୀ ଦଂପତିଙ୍କ ଭିତରେ ଅଧିକ ଆଗ୍ରହ ସୃଷ୍ଟି କରିବା ପଛର ଥିବା କାରଣ ହେଲା ଏୟା ଯେ ଏହା ଥିଲା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିର ପ୍ରବେଶ ଦ୍ବାର ଏବଂ ୨୦୨୦ ହେଉଛି ଏକ ଅତ୍ୟନ୍ତ ଆକର୍ଷଣୀୟ ସଂଖ୍ୟା।

ସମ୍ବନ୍ଧିତ ଖବର