ନୂଆଦିଲ୍ଲୀ : ବିଏସ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାୟକ ଏବଂ ବିଏସ୍‌ପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କୁ ଆଜି ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଦିଲ୍ଲୀର ବଦରପୁର ବିଧାୟକ ପୂର୍ବରୁ ଆପ୍‌ରେ ଥିଲେ। କିନ୍ତୁ ଚଳିତ ନିର୍ବାଚନରେ ‌ସେ ବିଏସପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଶର୍ମାଙ୍କୁ ଆଜି ଅପରାହ୍ନରେ ୩ ଜଣ ଦୁର୍ବୃତ୍ତ ଆସି ବାଡ଼ିରେ ପ୍ରହାର କରିଥିଲେ। ଆକ୍ରମଣ ଯୋଗୁଁ ଶର୍ମା ଆହତ ହୋଇଛନ୍ତି। ଶର୍ମାଙ୍କୁ ଆକ୍ରମଣ ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ଶର୍ମା ଆଜି ଏକ ଦଳୀୟ ବୈଠକ ସାରି ଫେରୁଥିବାବେଳେ ବାଟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ମଧ୍ୟ ବିଧା‌ୟକଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ପୁଲିସ ଦୁର୍ବୃତ୍ତଙ୍କୁ ଧରିବାପାଇଁ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର