ସୋସିଆଲ୍‌ ମିଡିଆରେ ରାଜନୈତିକ ବିଜ୍ଞାପନ ଲାଗି ସବୁଠାରୁ ଅଧିକ ବ୍ୟୟ କରୁଥିବା ଆଞ୍ଚଳିକ ଦଳ ବିଜେଡିି

ନୂଆଦିଲ୍ଲୀ: ଓଡ଼ିଶାର ଶାସକ ବିଜୁ ଜନତା ଦଳ ସୋସିଆଲ୍‌ ନେଟ୍‌ଓ୍ଵାର୍କିଂ ସାଇଟରେ ରାଜନୈତିକ ବିଜ୍ଞାପନ ଲାଗି ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି। ଫେସବୁକ୍‌ ଆଡ୍‌ ଆର୍କାଇଭ୍‌ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି।

ସୋସିଆଲ୍‌ ମିଡିିଆରେ ବିଜ୍ଞାପନ ଖର୍ଚ୍ଚ ବ୍ୟାପାରରେ ବିଜେଡି ପଛକୁ ରହିଛି ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି, ତେଲୁଗୁ ଦେଶମ୍‌ ପାର୍ଟି ଓ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭାରତର ରାଜନୈତିକ ଦଳମାନେ ଗତ ମାସରେ ଫେସ୍‌ବୁକ୍‌ରେ ବିଜ୍ଞାପନ ଲାଗି ୪ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଥିବା ବେଳେ କେନ୍ଦ୍ରରେ ଶାସନରେ ଥିବା ବିଜେପି ୨ କୋଟିରୁ ଅଧିକ ଖର୍ଚ୍ଚ କରିଛି।

ଅନ୍ୟପକ୍ଷରେ ଆଞ୍ଚଳିକ ଦଳଗୁଡ଼ିକ ଫେସ୍‌ବୁକ୍‌ରେ ବିଜ୍ଞାପନ ଲାଗି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଦେଇଛି ଫେସ୍‌ବୁକ୍‌।

କଂଗ୍ରେସ ଦଳ ଫେସ୍‌ବୁକ୍‌ରେ ବିଜ୍ଞାପନ ଲାଗି ମାତ୍ର ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ବିଜୁ ଜନତା ଦଳ ସୋସିଆଲ ମିଡିଆ ବିଜ୍ଞାପନରେ ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହନ୍ତି, ‘ଆମ ଦଳ ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେଇ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନମୂଳକ ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଏହା ଏକ ଶକ୍ତିଶାଳୀ ମାଧ୍ୟମ।’

ସମ୍ବନ୍ଧିତ ଖବର