ପୂର୍ବତନ ଏନଏନସି ଅଧ୍ୟକ୍ଷଙ୍କ ଘର ବାହୁଡ଼ା: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ପୂର୍ବତନ ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ ବିଜେଡିକୁ ଫେରିଛନ୍ତି। ଭି. ରବି ନାରାୟଣ ରାଜୁ ୫୦୦ କର୍ମୀଙ୍କ ସହିତ କଂଗ୍ରସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି।

ବର୍ଷ ୨୦୦୯ରେ କଂଗ୍ରେସ ଟିକେଟରୁ ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ ନାରାୟଣ ରାଜୁ କିନ୍ତୁ ସେଠାରେ ସୂର୍ଯ୍ୟ ପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ରହିଥିଲେ ଭି. ରବି ନାରାୟଣ। କଂଗ୍ରେସରେ କିଛି କାର୍ଯ୍ୟକ୍ରମ ନାହିଁ ଏବଂ ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିଶିଥିବା ସେ କହିଛନ୍ତି। ଯିଏ ବି ବିକାଶ ପାଇଁ କାମ କରିବ, ତାକୁ ସମର୍ଥନ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପଟେ ନବୀନ ନିବାସରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଭି. ରବି ନାରାୟଣ ରାଜୁ ୨୦୦୪ରେ ବିଜେଡ଼ିରେ ଥିଲେ ଏବଂ ଏହି ସମୟରେ ସେ ଦିଗପହଣ୍ଡି ଏନଏସିର ଅଧ୍ୟକ୍ଷ ହୋଇଥିଲେ। ୨୦୦୭ରେ ଅନାସ୍ଥା ପ୍ରସ୍ତାବ ଯୋଗୁଁ ତାଙ୍କୁ ବରଖାସ୍ତ ହେବାକୁ ପଡ଼ିଥିଲା। ସେ ୨୦୦୯ରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର