ନୂଆଦିଲ୍ଲୀ: ଜନତା ଦଳ ସିକ୍ୟୁଲାର୍ର ନେତା ଏଚ୍ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକରେ ସରକାର ଗଠନ କରିବାକୁ ଭାରତୀୟ ଜନତା ପାର୍ଟିକୁ ସହଯୋଗ କରିବାକୁ ତାଙ୍କ ଦଳର ପ୍ରତି ବିଧାୟକଙ୍କୁ ୧୦୦ କୋଟି ଲେଖାଏଁ ଟଙ୍କା ଯଚା ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ମଧ୍ୟ ସେ ବେଙ୍ଗାଲୁରୁ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୁମାରସ୍ୱାମୀ କହିଛନ୍ତି: ପ୍ରତ୍ୟେକ ଜେଡିଏସ୍ ବିଧାୟକଙ୍କୁ ୧୦୦ କୋଟି ଲେଖାଏଁ ଟଙ୍କା ଯଚା ଯାଇଛି। କଳା ଟଙ୍କା କୁଆଡୁ ଆସୁଛି? ସେ ସବୁ ଗରିବ ଲୋକଙ୍କ ସେବାକାରୀ ହୋଇଥିବା ବେଳେ ଆଜି ଟଙ୍କା ଯାଚୁଛନ୍ତି। ଆୟକର ଅଧିକାରୀମାନେ କୁଆଡ଼େ ଗଲେ?
ସେ ଆହୁରି କହିଛନ୍ତି: ଉଭୟ କଂଗ୍ରେସ ଓ ବିଜେପି ସରକାର ଗଠନ ପାଇଁ ତାଙ୍କ ପାଖରେ ପହଞ୍ଚିଥିବା ବେଳେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ାଙ୍କ କ୍ୟାରିୟର୍ରୁ କଳଙ୍କ ପୋଛିବାକୁ ସେ ପୂର୍ବତନଙ୍କ ପକ୍ଷ ନେଇଛନ୍ତି।
ମୋତେ ଉଭୟ ପକ୍ଷରୁ ସହଯୋଗ ମଗାଯାଇଛି। ମୁଁ ଏକଥା ଏମିତି ସେମିତି କହୁନାହିଁ। ମୁଁ ୨୦୦୪ ଏବଂ ୨୦୦୫ରେ ବିଜେପି ସହ ମିଶିବା ନିଷ୍ପତ୍ତିରୁ ମୋ ବାପାଙ୍କ କ୍ୟାରିୟର୍ କଳଙ୍କିତ ହୋଇଛି। ତେଣୁ ଈଶ୍ୱର ମତେ ଏହି କଳଙ୍କ ପୋଛିବାକୁ ସୁଯୋଗ ଦେଇଛନ୍ତି। ମୁଁ କଂଗ୍ରେସକୁ ସମର୍ଥନ କରୁଛି।
ସମ୍ଭାବ୍ୟ ଘୋଡ଼ ବେପାର କଥା ମଧ୍ୟ ସେ କର୍ଣ୍ଣାଟକର ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ସୂଚାଇ ଦେଇଛନ୍ତି। ଘୋଡ଼ାବେପାରକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ସେ କହିଛନ୍ତି।