ସୁପ୍ରିମକୋର୍ଟରେ ସାରଥୀଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳସ୍ଥିିତ ନିଜ ତଥାକଥିକ ଆଶ୍ରମରେ ମାଆ ଝିଅଙ୍କୁ ନିର୍ଯାତନା ନେଇ ହୋଇଥିବା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନକୁ ସୁୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଜାମିନ ଆବେଦନ ସୁପ୍ରିମ କୋର୍ଟରେ ଖାରଜ ହୋଇଥିଲା।
ସୂଚନାଯୋଗ୍ୟ ଯେ ମହିଳାଙ୍କୁ ଯୌନ ନିର୍ଯାତନା ସହିତ ଲୋକଙ୍କୁ ଠକିବା ନେଇ ଆତ୍ମଘୋଷିିତ ବାବା ସାରଥୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ମାଆ ଝିଅ ସାରଥୀଙ୍କ ବାରିମୂଳ ଆଶ୍ରମରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ସାରଥୀ ଓରଫ ସନ୍ତୋଷ ରାଉଳ ସୁପ୍ରିମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିିସ ରଞ୍ଜନ ଗୋଗେଇ ଙ୍କୁ ନେଇ ଗଠିତ ଦୁଇଜଣିଆ ବେଞ୍ଚ ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର