ରାହୁଲ ଗାନ୍ଧୀ ଆଳୁ ଓ ଆମ୍ବ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ: ଯୋଗୀ ଆଦିତ୍ୟନାଥ
ସାହାରାନପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲୋକସଭା ନିର୍ବାଚନ ପାଇଁ ସାହାରାନପୁରରେ ନିର୍ବାଚନ ପ୍ରଚାର କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଯୋଗୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଯୋଗୀ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜଣା ନାହିଁ ଯେ, ଆଳୁ ଏବଂ ଆମ୍ବ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି। ରାହୁଲ ଭାବୁଛନ୍ତି ଯେ, ଗଛରେ ଆମ୍ବ ଯେଭଳି ଭାବରେ ଫଳି ଥାଏ, ଅନୁରୂପ ଭାବରେ ଆଳୁ ମଧ୍ୟ ଫଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
UP CM Yogi Adityanath in Saharanpur: Main naamdaro ke kuldeepak ki ek baat ko sun raha tha, vo keh rahe the ki ganna ke pedh nahi lagaye. Unhone kaha ki humari sarkar ayegi to dedh feet ka aalu ugwa degi. Jaise aam ka phal aata hai, unhe lagta hai aalu ka bhi aata hoga. pic.twitter.com/wofLtRfDcJ
— ANI UP (@ANINewsUP) March 24, 2019
ନିର୍ବାଚନ ପ୍ରଚାର ପୂର୍ବରୁ ଯୋଗୀ ମା’ ଶାକୁମ୍ଭରୀ ଦେବୀଙ୍କ ଆର୍ଶୀବାଦ ନେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ଯୋଗୀ କହିଛନ୍ତି, ମୋଦିଙ୍କ ୫ ବର୍ଷର ଶାସନ ବିରୋଧୀ ଦଳଙ୍କ ୫୫ ବର୍ଷର ଶାସନ ଉପରେ ଭାରି ପଡ଼ିଛି।
ପଶ୍ଚିମ ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାର ସମୟରେ ଯୋଗୀ କହିଛନ୍ତି ବିଗତ ସରକାର ଦେଶ ଏବଂ ରାଜ୍ୟର ବିକାଶ ପାଇଁ କିଛି କରି ନାହିଁ। ବିଜେପି ସରକାର ଦେଶର ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦେଖି କାମ କରୁଛି। ଆବଶ୍ୟକ ଅନୁସାରେ ଯୋଜନା ଆଣୁଛି।