ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ, କୌଣସି ବାଧା ନାହିଁ: ଶିବସେନା

ମୁମ୍ବାଇ: ବୁଧବାର ଦିନ ଶିବସେନା ନେତା ସଞ୍ଜୟ ରାଉତ ସୂଚନା ଦେଇଛନ୍ତି କି, ଆଶାଠୁ ଆହୁରି ଶୀଘ୍ର ମହାରାଷ୍ଟ୍ରର ନୂତନ ସରକାର ଗଠନ କରାଯିବ।
ନ୍ୟାସ୍‌ନାଲିଷ୍ଟ୍‍ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ଵାର୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ନାନାବିଧ କଳ୍ପନାଜଳ୍ପନା ସୃଷ୍ଟି କରୁଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ସଞ୍ଜୟ ରାଉତ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ କହିଛନ୍ତି: ଆଗାମୀ ପାଞ୍ଚଛଅ ଦିନ ମଧ୍ୟରେ ସରକାର ଗଠନ ପ୍ରକ୍ରିୟା ସମାପନ ହେବ ଏବଂ ଡିସେମ୍ବର ପୂର୍ବରୁ ଜନପ୍ରିୟ ସକାର ଗଠନ ହେବ।

Image Source: Hindustan Times

ରାଜନୀତି ନୁହେଁ, କୃଷକମାନଙ୍କ ଅସୁବିଧା ପ୍ରସଙ୍ଗରେ ପାଓ୍ଵାର୍‌ ମୋଦୀଙ୍କୁ ଭେଟିବେ ବୋଲି କୁହାଯାଉଛି।

ଏ ପ୍ରସଙ୍ଗରେ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ଯେ ପାଓ୍ଵାରଙ୍କ ସାକ୍ଷାତକୁ ରାଜନୀତିକରଣ କରାଯିବା ଅନୁଚିତ। ସେ କହିଛନ୍ତି: ଜଣେ ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅର୍ଥ ନୁହେଁ ଯେ କିଛି ଗୁପ୍ତକଥା ରହିଛି। ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କର। ମହାରାଷ୍ଟ୍ରରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଓ୍ଵାର୍‌ ସାହେବ ଓ ଉଦ୍ଧବ ସାହେବ ସବୁବେଳେ ଚାଷୀଙ୍କ କଥା ଚିନ୍ତା କରୁଛନ୍ତି।

ସମ୍ବନ୍ଧିତ ଖବର