ମଧ୍ୟପ୍ରଦେଶ: ୧୫ ବର୍ଷରେ ବିଜେପି ସରକାର ଜାରି, ରାଘୋଗଡ଼ ବିଧାନସଭା ଆସନରେ ୪୧ବର୍ଷ ଧରି କଂଗ୍ରେସ ପ୍ରାର୍ଥୀ ବିଜୟୀ

ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ବିଜେପି-କଂଗ୍ରେସରୁ ଟିକେଟ ପାଇଁବା ପାଇଁ ଭୋପାଲ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ନେତାଙ୍କୁ ଦୌଡ଼ିବାକୁ ପଡୁଛି। ଆଶା କରାଯାଉଛି ଯେ, ରାଜନୈତିକ ଦଳ ଗୁଡ଼ିକ ଚଳିତ ମାସ ଶେଷ ସୁଦ୍ଧା ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି ୧୫ ବର୍ଷ ହେବ କ୍ଷମତାରେ ଥିବା ବେଳେ, କଂଗ୍ରେସ କ୍ଷମତାକୁ ଆସିବା ପାଇଁ ବହୁ ଚେଷ୍ଟା କରୁଛି।

ମଧ୍ୟପ୍ରଦେଶର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଚୟନ କରିବା ଉଭୟ ବିଜେପି ଓ କଂଗ୍ରେସ ପାଇଁ ବଡ଼ ସମସ୍ୟା ହୋଇଛି। କାରଣ ହେଲା ଯେ, ଏଠାରେ ୪୧ ବର୍ଷ ଧରି କଂଗ୍ରେସ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି। ବିଜେପି ୧୫ ବର୍ଷ ହେବ ସରକାରରେ ଥାଇ ମଧ୍ୟ ରାଘୋଗଡ଼ ଆସନକୁ ନିଜର କରିବାରେ ବିଫଳ ହୋଇଛି।

ଗୁଣା ଜିଲ୍ଲାରେ ୪ଟି ବିଧାନସଭା ଆସନ ରହିଛି। ଏଥିରୁ ରାଘୋଗଡ଼ ଅନ୍ୟତମ। ଏହି ଆସନକୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଓ ତାଙ୍କ ପରିବାର ଲୋକେ କବଜା କରିଛନ୍ତି। କଂଗ୍ରେସ ନେତାମାନେ ୧୯୭୭ରୁ ରାଘୋଗଡ଼ ଆସନରେ ବିଜୟୀ ହୋଇ ଆସୁଛନ୍ତି। ଚଳିତ ନିର୍ବାଚନରେ କ’ଣ ହେବ ତାହା ସମୟ କହିବ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଏହି ଆସନରେ ବିଜେପି ବିଜୟୀ ହୋଇପାରି ନାହିଁ। ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହ ଏହି ଆସନରୁ ବର୍ତ୍ତମାନ ବିଧାୟକ ଅଛନ୍ତି। ଆଗାମୀ ବିଧାନସଭା ନିର୍ବଚନରେ ଜୟବର୍ଦ୍ଧନଙ୍କୁ ହିଁ ଟିକେଟ୍‌ ମିଳିବ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପ୍ରଥମ ଥର ପାଇଁ ୧୯୭୭ରେ ଏହି ଆସନରୁ ବିଧାୟକ ହୋଇଥିଲେ। ଏହା ପୂର୍ବରୁ ଏହି ଆସନରେ ଭାରତୀୟ ଜନସଂଘ ପ୍ରାର୍ଥୀ ହରଲାଲ ଶାକ୍ୟବାର ବିଧାୟକ ଥିବାବେଳେ ୧୯୬୭ରେ ସ୍ୱାଧୀନ ପ୍ରାର୍ଥୀ ଲାଲାରାମ ବିଧାୟକ ହୋଇଥିଲେ କିନ୍ତୁ ୧୯୭୭ରୁ ଏହି ଆସନ ଦିଗବିଜୟ ସିଂହଙ୍କ ପରିବାର ନିକଟରେ ବନ୍ଧା ପଡ଼ିଛି। ୧୯୭୭ ପରେ ଏହି ଆସନରେ ପଦ୍ମଫୁଲ ଫୁଟିବାକୁ ଅପେକ୍ଷା କରାଯାଇଛି।

ଦିଗବିଜୟ ଏହି ଆସନରେ ୧୯୭୭ ଓ ୧୯୮୦ରେ ବିଜୟୀ ହୋଇଥିଲେ। ୧୯୯୦, ୧୯୯୩ରେ ତାଙ୍କ ଭାଇ ଲକ୍ଷ୍ମଣ ସିଂହ ବିଜୟୀ ହୋଇଥିଲେ। ୧୯୯୮ ଓ ୧୯୯୩ରେ ଦିଗବିଜୟ ପୁଣି ଥରେ ରାଘୋଗଡ଼କୁ ଫେରିଥିଲେ। ୧୯୯୮ ଓ ୨୦୦୩ରେ ଦିଗବିଜୟ ଜିତିଥିଲେ। ୨୦୦୮ ନିର୍ବାଚନରେ କଂଗ୍ରେସ ଟିକେଟରେ ମୂଳସିଂହ ଦାଦାଭାଇ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର