ଖୁବ୍‌ ଶୀଘ୍ର ‘ବିଜେପି ମୁକ୍ତ’ ହେବ ଦେଶ: କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍‌ ଗଣତିକୁ ଦୃଷ୍ଟିରେ ରଖି ଓଡ଼ିଶାର କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ମତ ରଖିଛନ୍ତି। ଏହା ସହିତ କଂଗ୍ରେସକୁ ପୂର୍ବାପେକ୍ଷା ବେଶି ସମର୍ଥନ କରିଥିବାରୁ ଶ୍ରୀ ପଟ୍ଟନାୟକ ଏହି ୫ଟି ରାଜ୍ୟବାସୀଙ୍କୁ ଧନ୍ୟବାଦ୍‌ ମଧ୍ୟ ଜଣାଇଛନ୍ତି। ଗତ ଚାରି ବର୍ଷ ହେବ ଶାସନ କ୍ଷମତାରେ ଥିବା କେନ୍ଦ୍ର ସରକାଙ୍କୁ ଭଲ ଭାବେ ଚିହ୍ନି ସାରିବା ପରେ ହିଁ ଲୋକମାନେ କଂଗ୍ରେସକୁ ସମର୍ଥନ କରିଛନ୍ତି ବୋଲି ସେ ମତ ରଖିଛନ୍ତି।

ଉଲ୍ଳେଖଯୋଗ୍ୟ, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍‌ ଗଣତି ଏବେ ବି ବଳବତ୍ତର ରହିଛି। ମାତ୍ର ଟ୍ରେଡିଂକୁ ଦେଖି ଅନୁମାନ ଲଗାଯାଉଛି ଯେ ଛତିଶଗଡ଼ରେ ବିଜେପି ନୁହେଁ ବରଂ କଂଗ୍ରେସ ବିଜୟ ଧ୍ୱନୀ ବଜାଇବ। ଅପରପକ୍ଷେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟ କଡ଼ା ଟକ୍କର ଦିଆନିଆ ହୋଇଛି। ତେବେ, ମିଜୋରାମ୍‌ରେ କଂଗ୍ରେସର ପରାଜୟ ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର