ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ : ଦଳିତ ଓ ଆଦିବାସୀଙ୍କ ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିଛି

ଭୁବନେଶ୍ୱର : ଦେଶକୁ ସ୍ୱାଧୀନତା ଦେବାରେ ଯେଉଁ ମହାମନିଷୀମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ସେମାନଙ୍କୁ ମନେ ପକାଇବାର ସମୟ ଆସିଛି। ବହୁ ଆଦିବାସୀ ଓ ଦଳିତ ସଂଗ୍ରାମୀମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନରେ ଲୋକମାନେ ଅତିଷ୍ଠ ହୋଇ ପଡ଼ିଲେଣି। କଂଗ୍ରେସ ସବୁବେଳେ ଦଳିତ, ଆଦିବାସୀ ଓ ଗରିବଙ୍କ ପାଇଁ ସଂଗ୍ରାମ ଜାରି ରଖିଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସ ଓ ଅନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା କଳ୍ପନା ଛକସ୍ଥିତ ସହିଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ସେବା ଦଳ କର୍ମୀ ଓ କଂଗ୍ରେସ ନେତୃବୃନ୍ଦ ପଦଯାତ୍ରାରେ ବାହାରି କଳ୍ପନା, ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ କଂଗ୍ରେସ ଭବନରେ ପହଞ୍ଚିଥିଲେ। ସେବା ଦଳ ରାଜ୍ୟ ମୁଖ୍ୟ ସଂଗଠକ ବୀରେନ୍‌ ମୋହନ ପଟ୍ଟନାୟକଙ୍କ ଦ୍ୱାରା ସେଠାରେ ପତାକା ଉତ୍ତୋଳନ କରାଯିବା ସହିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ହେମାନନ୍ଦ ବିଶ୍ୱାଳ, ଜୟଦେବ ଜେନା, ବିଜୟଲକ୍ଷ୍ମୀ ସାହୁ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ ଓ ଦେବୀ ପୃଷ୍ଟି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, କିଶୋର ଚନ୍ଦ୍ର ପଟେଲ, ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, କୈଳାସ ଆଚାର୍ଯ୍ୟ, ସୀତାକାନ୍ତ ମହାପାତ୍ର, ମାନସ ଚୌଧୁରୀ, ରଶ୍ମି ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ମନୋରଂଜନ ଦାଶ, ସୁମିତ୍ରା ଜେନା, ବୀଣାପାଣି ସାମଲ, ମହମ୍ମଦ ଶାହାନଓ୍ଵାଜ, ଅଜିତ ମଙ୍ଗରାଜ, ଅଭିଷେକ ମହାନନ୍ଦ, ସ୍ମୃତିପ୍ରକାଶ ନନ୍ଦ, ବିଶ୍ୱଜିତ ଦାଶ, କିଶୋର ଜେନା, ପଦ୍ମାକର ଗୁରୁ, ସତନ ଦାସ, ରସିକ ପଟ୍ଟନାୟକ, ଅଜିତ ଜେନା, ସ୍ୱାଧୀନବାଳା ଦାସ, ଚିନ୍ମୟ ସୁନ୍ଦର ଦାସ, ପ୍ରଣତି ମିଶ୍ର, ଦୀପା ଚୌଧୁରୀ, ରତ୍ନାକର ବେହେରା, ଦୀପକ ସାହୁ, ଦରିଦ୍ର ନାରାୟଣ ନାୟକ, ଜ୍ୟୋତିଷ ସାହୁ, ଜୟଶ୍ରୀ ପଟ୍ଟନାୟକ, ରବୀନ୍ଦ୍ର ଆଚାର୍ଯ୍ୟ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ପରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଯଦୁପୁରଠାରେ ହୋଇଥିବା ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକ ସାମିଲ ହୋଇଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଦାଶରଥି ଗମାଙ୍ଗୋଙ୍କ ନେତୃତ୍ୱରେ ବିଜେପିର ସୁଦର୍ଶନ ପଣ୍ଡା, ଲୋକନାଥ ପଣ୍ଡା, ଯାକବ ମାଝୀ ଓ ଆଦିତ୍ୟ ସାହୁ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର