ନିର୍ବାଚନ ପାଇଁ ପ୍ରଦୀପ ମାଝୀ ବସ୍ତର ଜିଲ୍ଲା ସଂଯୋଜକ, ଆଉ ୩ ନେତା ପର୍ଯ୍ୟବେକ୍ଷକ

ଭୁବନେଶ୍ୱର/ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ମାସରେ ଛତିଶଗଡ଼ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା ପାଇଁ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ ରାଜ୍ୟର ୨ଜଣ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଭୂଜବଳ ମାଝୀ, ପୂର୍ବତନ ବିଧାୟକ ନିମାଁଇ ସରକାରଙ୍କୁ ସେହି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଆଜି ଏ ନେଇ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦନକ୍ରମେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଦଳୀୟ ସାଧାରଣ ସଂପାଦକ ଜନାର୍ଦନ ଦ୍ୱିବେଦୀ ଏକ ପ୍ରେସ୍‌ ବିବୃତି ଜରିଆରେ ଜଣାଇଛନ୍ତି। ନବନିଯୁକ୍ତ ସଂଯୋଜକ ଶ୍ରୀ ମାଝୀଙ୍କ କହିବାନୁସାରେ ତାଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ବସ୍ତର ଜିଲ୍ଲାରୁ ନିର୍ବାଚନ ଲଢ଼ି ୧୨ଟି ବିଧାନସଭା ଆସନରୁ ୮ଟିରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର