ସଟ୍ଟାବଜାରରେ ବାଜି: ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଜେପି, ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଫେରିବ

ଭୋପାଳ: ଆଗାମୀ ଦିନରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ବିଧାନସଭା ନିର୍ବାଚନକୁ ନେଇ ସଟ୍ଟା ବଜାର ବେଶ ଗରମ ହୋଇ ଉଠିଛି। ଏହି ୩ ରାଜ୍ୟରେ ଶାସକ ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ ଦଳ ଏଥର ଏହି ୩ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଜୋରଦାର ଉଦ୍ୟମ ଚଳାଇଛି। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବ୍ୟସ୍ତ ଥିବା ବେଳେ ସଟ୍ଟା ବେପାରିମାନେ କେଉଁ ଦଳ ଏହି ୩ ରାଜ୍ୟର କ୍ଷମତା ହାସଲ କରିବେ ସେ ନେଇ ସେମାନଙ୍କ ବେପାର ଆରମ୍ଭ କରି ଦେଇଛନ୍ତି। ସଟ୍ଟା ମାର୍କେଟ ଅନୁଯାୟୀ, ମଧ୍ୟ ପ୍ରଦେଶରେ ୪ର୍ଥ ଥର ପାଇଁ ଶିବରାଜ ଚୌହାନଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଫେରିବ। ସେଠାରେ ୧୫ ବର୍ଷ ହେବ ବନବାସରେ ଥିବା କଂଗ୍ରେସ ପାଇଁ ପୁଣି ଥରେ ଅପେକ୍ଷା କରିବାକୁ ପଡ଼ିପାରେ।ସେହିପରି ଛତିଶଗଡ଼ରେ ମଧ୍ୟ ରମଣସିଂହଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଫେରୁଥିବା ବେଳେ ରାଜସ୍ଥାନରେ ବିଜେପିକୁ ଚିତପଟ୍ଟାଙ୍ଗ କରି କଂଗ୍ରେସ କ୍ଷମତାକୁ ଫେରିବ। ସେଠାରେ ବସୁନ୍ଧରା ରାଜେ ସନ୍ଧିଆଙ୍କୁୁ ପରାଜୟର ମୁହଁ ଦେଖିବାକୁ ପଡ଼ିପାରେ ବୋଲି ସଟ୍ଟା ମାର୍କେଟ୍‌ରେ ବାଜି ଲାଗିଛି।
ସଟ୍ଟା ବଜାର ଅନୁଯାୟୀ, ଯଦି ବିଜେପି ପାଇଁ କେହି ମଧ୍ୟ ପ୍ରଦେଶରେ ୧୦ ହଜାରେ ଟଙ୍କାର ବାଜି ଲଗାନ୍ତି, ତେବେ ବିଜେପି କ୍ଷମତାକୁ ଫେରିଳେ ତାଙ୍କୁ ମାତ୍ର ୧୧ ହଜାର ଟଙ୍କା ମିଳିବ। ସେହିପରି କଂଗ୍ରସ ଦଳ କ୍ଷମତାକୁ ଆସିବ ବୋଳଇ ବାଜିି ଲଗାଇଲେ ୪ହଜାର ୪ଶହ ଟଙ୍କା ପାଇଁ ମିଳିବ ୧୦ ହଜାର ଟଙ୍କା। ଅର୍ଥାତ, କଂଗ୍ରେସ ଦଳରେ ଯେଉଁମାନେ ବାଜି ଲଗାଇବେ ସେମାନେ ଅଧିକ ଲାଭ ପାଇବେ, ବିଜେପି କ୍ଷେତ୍ରରେ କମ୍‌। ତେଣୁ ବିଜେପିର ବିଜୟ ସମ୍ଭାବନା ଅଧିକ ବୋଲି ଜଣେ ବୁକି ସୂଚନା ଦେଇଛନ୍ତି।
ତେବେ ସଟ୍ଟା ବେପାରିଙ୍କ ଉପରେ ପୁଲିସ କଡ଼ା ନଜର ରଖିଥିବା ଭୋପାଳ ପୁଲିସ କହିଛି।

ସମ୍ବନ୍ଧିତ ଖବର