ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ସରକାର ମିଆଁମାରକୁ ଯୋଗାଇଲେ ଘର

ନୂଆଦିଲ୍ଲୀ: ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ସରକାର ମିଆଁମାରକୁ ଘର ଯୋଗାଇ ଦେଇଛନ୍ତି । ଏହାପରେ ମିଆଁମାର ଦ୍ୱାରା ନିଜ ବିଦେଶ ସଚିବଙ୍କୁ ବାଙ୍ଗଲାଦେଶ ପଠାଇବାର ସମ୍ଭାବନା ରହିଛି। ମିଆଁମାରରେ ସାମାଜିକ, ଧାର୍ମିକ ଏବଂ ଜାତୀୟ ଉତ୍ପୀଡନକୁ ଦେଖି ରୋହିଙ୍ଗ୍ୟା ପରିବାର ଦେଶ ଛାଡି ବାଙ୍ଗାଲାଦେଶରେ ରହୁଥିଲେ ।

ପ୍ରକାଶିତ ରିପୋର୍ଟ ଅନୁସାରେ, ମିଆଁମାରର ବିଦେଶ ସଚିବଙ୍କ ଯାତ୍ରା ଚଳିତ ମାସର ଶେଷ ସୁଦ୍ଧା ହୋଇପାରେ। ଯେଉଁଥିରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସୁରକ୍ଷା ବିଷୟରେ କଥାବାର୍ତ୍ତା ହେବ ।

+

ଭାରତୀୟ ରାଜଦୁତ ସୌରଭ କୁମାର ଜୁଲାଇ ୯ରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ତିଆରି କରାଯାଇଥିବା ୨୫୦ ପୂର୍ଣ୍ଣ ନିର୍ମିତ ଘରକୁ ମିଆଁମାରକୁ ପ୍ରଦାନ କରିଥିଲେ । ଏହି ପ୍ରୋଜେକ୍ଟ ଭାରତ ଏବଂ ମିଆଁମାର ଦ୍ୱାରା ୨୦୧୭ ମସିହାରେ କରାଯାଇଥିଲା । ୪୦ବର୍ଗ ମିଟରରେ ପ୍ରସ୍ତୁତ ହୋଇଥିବା ଏହି ଘର ଭୂମିକମ୍ପ ଏବଂ ଝଡଠାରୁ ସୁରକ୍ଷିତ ରହିବା ପାଇଁ ତିଆରି କରାଯାଇଛି । ଯେଉଁଥିରେ ୨୫ ମିଲିୟନ୍‌ ଟଙ୍କା ଖର୍ଚ୍ଚ ହୋଇଛି ।

ସମ୍ବନ୍ଧିତ ଖବର