କୁକୁର, ବିରାଡ଼ି, ଗାଈ, ପାରା ଆଦିଙ୍କୁ ନିଜ ଘରେ ରଖି ବାପାମାଆ ପରି ସେମାନଙ୍କ ଯତ୍ନ ନିଅନ୍ତି ଏହି ଦମ୍ପତି

କୋଚି: ନିଜ ଘରେ କେବେ ପୋଷ୍ୟ ପ୍ରାଣୀ ପାଳିଛନ୍ତି? ଯଦି ପୋଷା ଜୀବ ପାଳନ କରିବା ନିଶା ଆପଣଙ୍କ ଭିତରେ ଥାଏ ତେବେ ଆପଣଙ୍କ ପାଇଁ ଏକ ପ୍ରେରଣାଦାୟକ କଥା ଆଜି ଆମେ ଜଣାଇବୁ। କେରଳସ୍ଥିତ କୋଚିର ଏକ ଦମ୍ପତି ତାଙ୍କ ଘରେ ଗୋଟିଏ ନୁହେଁ କି ଦୁଇଟା ନୁହେଁ କୁକୁର, ବିରାଡ଼ି, ପେଚା, ଗାଈ, ପାରା ଓ କୁଆ ଆଦି ଅନେକ ଜୀବଙ୍କୁ ପାଳିଛନ୍ତି।

ଏହି ଦମ୍ପତି ତାଙ୍କ ଘରେ ୩୫ଟି କୁକୁର, ୭ଟି ଗାଈ-ବାଛୁରୀ, ଗୋଟିଏ ପାରା, ୩ଟି ବିରାଡ଼ି ଆଦି ପାଳିଛନ୍ତି। ଦମ୍ପତି ଉଷା ଏବଂ ଦିନେଶଙ୍କ ନିଦ ଭାଙ୍ଗେ ଏହିମାନଙ୍କ ସ୍ୱର ଶୁଣି।

. (Photo| EPS)

ବିଶେଷ କରି ରାସ୍ତାଘାଟରେ ଖଣ୍ଡିଆଖାପରା ହୋଇ ପଡ଼ିଥିବା ଜୀବଯନ୍ତୁମାନଙ୍କୁ ଟେକି ଆଣି ନିଜ ଘରେ ସେମାନଙ୍କର ଯତ୍ନ ନେଇଥାନ୍ତି ଏହି ଦମ୍ପତି। ୯୦ ପ୍ରତିଶତରୁ ଊର୍ଧ୍ୱ ଯନ୍ତୁ ଗାଡ଼ି ଧକ୍କାରେ ଖଣ୍ଡିଆ ଖାପରା ହୋଇ ପଡ଼ିଥିବା ବେଳେ ଦମ୍ପତି ସେମାନଙ୍କୁ ଆଣି ତାଙ୍କ ଘରେ ପୋଷିଥାନ୍ତି।

ଜୀବଯନ୍ତୁମାନଙ୍କୁ ପୋଷିବା ଏହି ପତି-ପତ୍ନୀଙ୍କର ଏକ ସଉକ। ସେମାନେ ଏହି କାମ କରି ଆତ୍ମସନ୍ତୋଷ ପାଆନ୍ତି ବୋଲି ଜଣାଇଛନ୍ତି। ଏଥି ପାଇଁ ବହୁ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର