ପେଟ ଫମ୍ପାଉ ଥିଲେ ଖାଆନ୍ତୁ ନାହିଁ ଏଇ ପାଞ୍ଚଟି ଜିନିଷ

ଅନ୍ତଃନଳୀରେ ମାତ୍ରାଧିକ ବାୟୁ ଓ ବାଷ୍ପ ଭରିଗଲେ ପେଟ ଫମ୍ପାଇ ଥାଏ। ପେଟ ଫମ୍ପାଇବାର ଅନେକ କାରଣ ଥାଇ ପାରେ, କିନ୍ତୁ ସାଧାରଣ କାରଣ ହେଉଛି ଆମର ଖାଦ୍ୟପେୟ। ଏହି ବିରକ୍ତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଇ ସବୁ ଜିନିଷ ଖାଆନ୍ତୁ ନାହିଁ।

ବିନ୍‌ସ୍‌ ବା ଶିମ୍ବ: ଶିମ୍ବଜାତୀୟ ଫଳରେ ବହୁ ପରିମାଣରେ ପୁଷ୍ଟିସାର ଓ ଶ୍ୱେତସାର ଥାଏ। ଏଥିରେ ତନ୍ତୁର ପରିମାଣ ମଧ୍ୟ କିଛି କମ୍‌ ନୁହେଁ। ପୁଣି ସେଥିରେ ଥାଏ ଆଲ୍‌ଫା-ଗାଲାକ୍ଟୋସାଇଡ୍‌ସ୍‌ ନାମକ ଶର୍କରା। ଏହି ଶର୍କରା ‘ଫର୍ମେଣ୍ଟାବଲ୍‌ ଓଲିଗୋ, ଡୁ, ମନୋ-ସାକାରିଡିସ୍‌ ଆଣ୍ଡ୍‌ ପଲିଓଲସ୍‌’ ସଂକ୍ଷିପ୍ତ ରୂପରେ ‘ଏଫ୍‌ଓଡିଏମ୍‌ଏପି’ ବର୍ଗର ଶ୍ୱେତସାର। ଏହା ଏକ କ୍ଷୁଦ୍ର ଶୃଙ୍ଖଳର ଶ୍ୱେତସାର ହୋଇଥିବାରୁ ପାକସ୍ଥଳୀରେ ହଜମ ନ ହୋଇ ଅନ୍ତଃନଳୀ ଯାଇ ସେଠାରେ ଅଣୁଜୀବଙ୍କ ଦ୍ୱାରା ପଚିଯାଏ।

କିନ୍ତୁ, ପିଣ୍ଟୋ ବିନ୍‌ସ୍‌ ଏବଂ ବ୍ଲାକ୍‌ ବିନ୍‌ସ୍‌ ମଞ୍ଜି ପାଣିରେ ତିନ୍ତାଇ ରାନ୍ଧି ଖାଇଲେ ସହଜରେ ହଜମ ହୋଇ ଯାଉଥିବାରୁ ବାୟୁ ସମସ୍ୟା ଉପୁଜେ ନାହିଁ।

ଅଙ୍ଗାରକାମ୍ଳ ମିଶ୍ରିତ ପାନୀୟ: ପେଟ ଫମ୍ପାଇବା ପାଇଁ ଏହି ପାନୀୟକୁ ସବୁଠୁ ସାଧାରଣ ଅପରାଧୀ ବୋଲି କୁହାଯାଏ। ଏହି ମୃଦୁ ପାନୀୟ ପିଇ ସାରିବା ପରେ ପେଟରେ ବହୁ ପରିମାଣର ବାଷ୍ପ ସୃଷ୍ଟି ହୋଇ ଢିକାର ଭାବେ ବାହାରି ଥାଏ। ଅଙ୍ଗାରକାମ୍ଳ ମିଶ୍ରିତ ପାନୀୟ ନ ପିଇ ସାଦା ପାଣି, ସର୍ବତ୍‌, ଚା ବା କଫି ପିଇବା ଭଲ।

ବ୍ରୋକୋଲି ଓ କୋବି ବର୍ଗର ପରିବା: ବ୍ରୋକୋଲି, ଫୁଲକୋବି, ବନ୍ଧାକୋବି, ବ୍ରୁସେଲ୍‌ ଗଜା ଆଦି ଖାଇଲେ ପେଟ ଫମ୍ପାଏ। ଏହାକୁ ଅତି ଉତ୍ତମ ରୂପେ ସିଝାଇ ଖାଇଲେ କମ୍‌ ବାୟୁ ହୋଇଥାଏ। ଏ ପରିବା ବଦଳରେ, କାକୁଡ଼ି, କନ୍ଦ, ଲେଟ୍ୟୁସ୍‌ ଏବଂ ଜୁଚିନି ଆଦି ଖାଇ ପାରିବେ।

ଦୁଗ୍‌ଧଜାତ ଜିନିଷ: ଦୁଗ୍‌ଧଜାତ ଖାଦ୍ୟ ପୋଷକତତ୍ତ୍ୱରେ ଭରପୂର ହୋଇଥାଏ ଏବଂ ବିଶ୍ୱର ୭୦% ଲୋକ ଏହାକୁ ଖାଇ ଲାକ୍‌ଟୋଜ୍‌ରେ ପରିଣତ କରି ପାରନ୍ତି ନାହିଁ। ଲାକ୍‌ଟୋଜ୍‌ ହେଉଛି ଦୁଗ୍‌ଧରେ ଥିବା ଏକ ଜାତୀୟ ଶର୍କରା। ଏ ଭଳି ପରିସ୍ଥିତିକୁ ଲାକ୍‌ଟୋଜ୍‌ ଅସହଣୀୟ ବୋଲି କହନ୍ତି। ଏହି ଶ୍ରେଣୀର ଲୋକେ ଦୁଗ୍‌ଧଜାତ ଦ୍ରବ୍ୟ ଖାଇଲେ ପେଟ ଫମ୍ପାଇବା ସହ ପେଟ କାମୁଡ଼ିବା, ବାୟୁ ହେବା ଓ ଅତିସାର ଆଦି ଅନ୍ୟାନ୍ୟ ପେଟ ସମସ୍ୟା ଦେଖାଦିଏ। ଏହି ଲୋକମାନେ ବୃକ୍ଷଜାତ କ୍ଷୀର ବା ଲାକ୍‌ଟୋଜ୍‌ ନ ଥିବା ଦୁଗ୍‌ଧଜାତ ପଦାର୍ଥ ଖାଇ ପାରିବେ।

ଗହମ: ଗ୍ଲୁଟେନ୍‌ ନାମକ ପ୍ରୋଟିନ୍‌ ଥିବାରୁ ଗତ ଅଳ୍ପ କେତେ ବର୍ଷ ହେବ ଗହମର ଅପବାଦ ବଢ଼ି ଚାଲିଛି। କିନ୍ତୁ, ରୁଟି, ପାସ୍ତା ଓ ପାଉଁରୁଟି ଜାତୀୟ ଜିନିଷ ପ୍ରସ୍ତୁତି ପାଇଁ ଗହମର ଲୋକପ୍ରିୟତା ବଜାୟ ରଖିବାରେ ସମର୍ଥ ହୋଇଛି। ସେଲିଆକ୍‌ ରୋଗୀମାନେ ଗହମଜାତ ଦ୍ରବ୍ୟ ଖାଇଲେ ପେଟଫମ୍ପାର ସରବ୍ୟ ହୁଅନ୍ତି। ତେଣୁ, ଯଅ, କିନ୍‌ଓ୍ଵା, ବକ୍‌ହୁଇଟ୍‌ ଓ ଆଲ୍‌ମଣ୍ଡ୍‌ ଆଦିରୁ ପ୍ରସ୍ତୁତ ଅଟା ଖାଇ ପାରନ୍ତି।

ସମ୍ବନ୍ଧିତ ଖବର