ମିଟିଂ ଚାଲୁଥିବା ସମୟରେ ବ୍ୟାଙ୍କ୍‌ର ମହିଳା କର୍ମଚାରୀଙ୍କ କାନ୍ଧ ଉପରେ ଖସି ପଡ଼ିଲା ଅଜଗର, ଭିଡିଓ ହେଲା ଭାଇରାଲ୍‌

ବେଜିଂ: ବର୍ତ୍ତମାନ ୟୁଟ୍ୟୁବ୍‌ରେ ଏକ ଭିଡିଓଟି ବେଶ୍‌ ଚର୍ଚ୍ଚା ପାଲଟିଛି। ଘଟଣାଟି ହେଉଛି ଦକ୍ଷିଣ ଚୀନର ନାନିଂ ସହରର। ଘଟଣାଟି ଏପରି, ସକାଳ ସମୟରେ ଦକ୍ଷିଣ ଚୀନର ଏକ ବ୍ୟାଙ୍କ୍‌ରେ କର୍ମଚାରୀମାନଙ୍କ ମଧ୍ୟରେ ବୈଠକ ଚାଲିଥାଏ। ସେହି ସମୟରେ ୫ କିଲୋଗ୍ରାମର ଏକ ଅଜଗର ସାପ ଉପରୁ ଖସି ପଡ଼ିଲା। ସେଠାର ଥିବା ଦୁଇ ଜଣ କର୍ମଚାରୀଙ୍କ ଉପରେ ସାପଟି ପଡ଼ି ଯାଇଥିଲା।

ଅଜଗରଟି ସିଧା ସଳଖ ଭାବେ ଜଣେ ମହିଳା କର୍ମଚାରୀଙ୍କ କାନ୍ଦରେ ଖସି ପଡ଼ିଥିଲା। ସୌଭାଗ୍ୟକୁ ମହିଳା କର୍ମଚାରୀ ଜଣକ ସୁରକ୍ଷିତ ଅଛନ୍ତି। ସେଠାରେ ଥିବା ଆହୁରି ୯ ଜଣ କର୍ମଚାରୀ ଅଜଗରକୁ ଦେଖି ସେଠାରେ ଦଉଡ଼ି ପଳାଇଥିଲେ। କିଛି ସମୟ ପାଇଁ ବ୍ୟାଙ୍କ୍‌ ପରିସରରେ ଭୟର ଆତଙ୍କ ଖେଳି ଯାଇଥିଲା। ପରେ ବ୍ୟାଙ୍କ୍‌ କର୍ମଚାରୀ ଆଞ୍ଚଳିକ ପୁଲିସ୍‌ ଓ ବନ୍ୟ ଜୀବ ସରଂକ୍ଷକଙ୍କୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ୍‌ ଓ ବନ୍ୟ ଜୀବ ସରଂକ୍ଷକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରି ଏକ ବ୍ୟାଗ୍‌ରେ ପୂରାଇ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର