ଝିଅର କେଶ କୁଣ୍ଡାଉ ଥିବା ବେଳେ ମାଆ ମୁଣ୍ଡରେ ଦେଖିବାକୁ ପାଇଲେ ଏକ ଘାଆ, କିଛି ସମୟ ପରେ ଝିଅ ପକ୍ଷଘାତରେ ପୀଡ଼ିତ ହେଲା

ନୂଆଦିଲ୍ଲୀ: ଆମେରିକା ମିସିସିପିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜେସିକା ଗ୍ରିଫିନ୍‌ ନାମକ ମହିଳା ଫେସ୍‌ବୁକ୍‌ରେ ନିଜର ଏକ ଷ୍ଟୋରି ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ଏକ ପୋକ କାମୁଡିବା ହେତୁ ତାଙ୍କର ପାଞ୍ଚ ବର୍ଷର ଝିଅ ପକ୍ଷଘାତର ଶିକାର ହୋଇଛି, ଏପରିକି ସେ କଥା ବି କହି ପାରୁନାହିଁ। ତାଙ୍କର ଏହି କାହାଣୀ ଅନ୍ୟ ଅଭିଭାବକ ପାଇଁ ଶିକ୍ଷଣୀୟ ହେବ। କାରଣ ଘରେ ଥିବା ଏହି ମାମୁଲି ପୋକ ବହୁ ବିଷାକ୍ତ ହୋଇପାରେ।

ଜେସିକା ଗ୍ରାଫିନ୍‌ ପାଞ୍ଚ ବର୍ଷର ଝିଅର ମାଆ। ସେ କହିଛନ୍ତି କି, ମୋର ଝିଅ କେଲିନ୍‌ କର୍କ ଗତ ବୁଧବାର ସ୍କୁଲ ପାଇଁ ବିଛଣାରୁ ଉଠିଲା ବେଳକୁ ଆକସ୍ମିକ ତଳେ ପଡ଼ି ଯାଇଥିଲା। ସେ ନିଜ ଗୋଡ ଚଟାଣରେ ଲଗାଇ ପାରୁ ନଥିଲା। ପ୍ରଥମେ ଲାଗିଲା ବହୁ ସମୟ ଶୋଇଯିବା ହେତୁ ଗୋଡ ବୋଧ ହୁଏ ଲାଖି ଯାଇଛି। କିଛି ସମୟ ପରେ ଠିକ୍‌ ହୋଇଯିବ। ଏହାପରେ ମୁଁ ଝିଅର ମୁଣ୍ଡ କୁଣ୍ଡାଇଲି। ମୁଣ୍ଡ କୁଣ୍ଡାଉ ଥିବା ସମୟରେ ଝିଅର ମୁଣ୍ଡରେ ଏକ ଖଣ୍ଡିଆ ଚିହ୍ନ ଥିବା ଦେଖିବାକୁ ପାଇଲି। ସଙ୍ଗେସଙ୍ଗେ ଝିଅକୁ ନେଇ ହସ୍‌ପିଟାଲରେ ପହଞ୍ଚି ଥିଲି। ଡାକ୍ତର ଝିଅର ଚିକିତ୍ସା କରି ଟିକ୍‌ ପାରାଲାଇଜଡ୍‌ ହୋଇଥିବା କଥା କହିଥିଲେ। ଯାହାକି ଟିକ୍‌ର ନାଳରୁ ଟ୍ରାନ୍ସମିଟ ହୋଇଥାଏ। ଏହା ଟକସିନ୍‌ ନର୍ଭ ଫଙ୍କସନ୍‌କୁ ବ୍ଲକ୍‌ କରି ଦେଇଥାଏ। ଏହାର ପ୍ରଭାବ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ରହିଥାଏ।

ସମ୍ବନ୍ଧିତ ଖବର