୧୮୦୩ରେ ଘଟିଥିବା ଅଗ୍ନିକାଣ୍ଡ ବମ୍ବେକୁ ଆଜିର ମୁମ୍ବାଇରେ ପରିଣତ କରିଥିଲା

ନୂଆଦିଲ୍ଲୀ: ଗୁରୁବାର ମଧ୍ୟରାତ୍ରୀ ପରେ ମୁମ୍ବାଇର ଲୋୟର୍‌ ପାରେଲ୍‌ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ୧୪ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ନିଅାଁ ଲିଭିଲା ବେଳକୁ ସକାଳ ସାଢ଼େ ଛଅଟା ବାଜି ସାରିଥିଲା।
ଅଗ୍ନିକାଣ୍ଡ ଘଟନାରେ ମୁମ୍ବାଇର ଇତିହାସ ଅତି କଦାକାର। ୧୮୦୩ ମସିହାରେ ସେଠାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ହିଁ ଆଜିର ମୁମ୍ବାଇ ସୃଷ୍ଟି ହୋଇଥିଲା।

୧୮୦୩ ମସିହା ଫେବ୍ରୁଆରି ମାସରେ ବ୍ରିଟିସର୍‌ଙ୍କ ଅଧୀକାରରେ ଥିବା ବମ୍ବେର ଏକ ଜନବହୁଳ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଏବଂ ତା’ ପରବର୍ତ୍ତୀ ପରିସ୍ଥିତି ହିଁ ସମଗ୍ର ସହରର ଚିତ୍ର ବଦଳାଇ ଦେବାକୁ ବ୍ରିଟିସର୍‌ମାନଙ୍କୁ ବାଧ୍ୟ କରିଥିଲା। ବମ୍ବେ ଠାରେ ଥିଲା ଇଷ୍ଟ୍‍ ଇଣ୍ଡିଆ କମ୍ପାନିର ମୁଖ୍ୟାଳୟ। ତାହା ପୁରୁଣା ଦୁର୍ଗର ପାଚେରି ମଧ୍ୟରେ ଅବସ୍ଥିତ ଥିଲା।

ପୁରଣା ଦୁର୍ଗ ଏବଂ ଆଖପାଖରେ ଥିବା ଆବାସିକ ଏବଂ ବଜାର ଅଞ୍ଚଳ ସବୁଆଡ଼କୁ ନିଅାଁ ଚରି ଯାଇଥିଲା। ଏଥିରୁ ବ୍ରିଟିସର୍‌ମାନେ ବୁଝି ପାରିଥିଲେ ଯେ ସହର ଜନାକୀର୍ଣ୍ଣ ଥିବାରୁ ଅଘଟଣ ଘଟିଲା। ପରେ ସେମାନେ ସହରାଞ୍ଚଳକୁ ପ୍ରସାରିତ କରିବାକୁ ମନସ୍ଥ କଲେ।

ଆଜିର ମୁମ୍ବାଇ ବୋଲି ଆମେ ଯାହାକୁ ଜାଣୁ ତାହା ଆରବ ସାଗରରେ ସାତଟି ଦ୍ୱୀପ ଭାବେ ଥିଲା। ପରେ ତାହକୁ ମାଟି ପକାଇ ପୋତା ଯିବା ପରେ ଏକ ଉପଦ୍ୱୀପର ରୂପ ଦିଆ ଯାଇଥିଲା। କିନ୍ତୁ, ଆଜି ମଧ୍ୟ ମୁମ୍ବାଇ ଭାରତର ସବୁଠୁ ଜନବହୁଳ ସହରମାନଙ୍କ ମଧ୍ୟରେ ଅନ୍ୟତମ।

ସମ୍ବନ୍ଧିତ ଖବର