ସଚ୍ଚୋଟପଣିଆ ଶିଖାଉଥିବା ଆପ୍‌କୁ ଫେସ୍‌ବୁକ୍‌ ୬୫୦କୋଟି ଟଙ୍କାରେ କିଣିଲା

କଲିଫର୍ଣ୍ଣିଆ: ଯଦି ଆପଣଙ୍କୁ କେହି ସଚ୍ଚୋଟ ହେବାକୁ କହେ ତେବେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଆମେରିକା କିଶୋରମାନେ ସଚ୍ଚୋଟପଣିଆର ପାଠ ପଢ଼ାଇବା ପାଇଁ ଏକ ଆପ୍‌ ପ୍ରସ୍ତୁତ କରିଛନ୍ତି, ଯାହାର ନାମ ରଖିଛନ୍ତି, ‘ଟିବିଏଚ ଟୁ ବି ଅନେଷ୍ଟ’। ଏହି ଆପ୍‌ ପିଲାମାନଙ୍କୁ କିଭଳି ଜୀବନରେ ପ୍ରତି କ୍ଷେତ୍ରରେ ସଚ୍ଚୋଟପଣିଆ ଅବଲମ୍ବନ କରିବାକୁ ହେବ ସେ ନେଇ ଟିପ୍ସ ଦେଉଛି। ଏହି ଆପ୍‌କୁ ଫେସ୍‌ବୁକ୍‌ ୬୫୦କୋଟି ଟଙ୍କାରେ କିଣି ନେଇଛି।

ସବୁଠାରୁ ଖାସ୍‌ କଥା ହେଉଛି, ଏହି ଆପ୍‌କୁ ପ୍ରସ୍ତୁତ କରିବା ମାତ୍ର ୯ ସପ୍ତାହ ହୋଇଛି, ଯାହାକୁ ଫେସ୍‌ବୁକ୍‌ ୬୫୦କୋଟି ଟଙ୍କାରେ କିଣି ନେଇଛି। ଏହି ଆପ୍‌ରେ ପ୍ରତିଦିନ ୨୫ଲକ୍ଷ ସକ୍ରିୟ ବ୍ୟବହାରକାରୀ ରହିଛନ୍ତି। ଆପ୍‌କୁ ୯ସପ୍ତାହ ମଧ୍ୟରେ ୫୦ଲକ୍ଷ ଥର ଡାଉନ୍‌ଲୋଡ କରାଯାଇ ସାରିଲାଣି। ‘ଟିବିଏଚ ଟୁ ବି ଅନେଷ୍ଟ’ ଆପ୍‌ର ସବୁଠାରୁ ବେଶୀ ବ୍ୟବହାରକାରୀ ତାଲିକାରେ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅଛନ୍ତି।

ଏହି ଷ୍ଟାର୍ଟଅପ ପ୍ରସ୍ତୁତ କରିଥିବା ୪ ଜଣ ସଂସ୍ଥାପକ ଏଣିକି ଫେସ୍‌ବୁକ୍‌ର କର୍ମଚାରୀ ହୋଇଯାଇଛନ୍ତି। ସେମାନେ ଏବେ ଫେସବୁକ ପାଇଁ କାମ କରୁଛନ୍ତି। ଏହି ୪ ସଂସ୍ଥାପକ ହେଉଛି ସାଙ୍ଗ। ଏମାନଙ୍କ ନାମ ନିକିତା ବିୟର, ଏରିକ ହ୍ୟାଜାର୍ଡ, କାୟଲେ ଜାରାଗୋଜା ଓ ନିକୋଲାସ ନିଜର ସମସ୍ତ ପ୍ରତିଭାର ପ୍ରଦର୍ଶନ କରି ଏହି ଆପ୍‌ ପସ୍ତୁତ କରିଛନ୍ତି।

ଏହି ଆପ୍‌କୁ ପ୍ରସ୍ତୁତ କରିବା ମାତ୍ର ୯ ସପ୍ତାହ ହୋଇଛି, ଯାହାକୁ ଫେସ୍‌ବୁକ୍‌ ୬୫୦କୋଟି ଟଙ୍କାରେ କିଣି ନେଇଛି। ଏହି ଆପ୍‌ରେ ପ୍ରତିଦିନ ୨୫ଲକ୍ଷ ସକ୍ରିୟ ବ୍ୟବହାରକାରୀ ରହିଛନ୍ତି। ଆପ୍‌କୁ ୯ସପ୍ତାହ ମଧ୍ୟରେ ୫୦ଲକ୍ଷ ଥର ଡାଉନ୍‌ଲୋଡ କରାଯାଇ ସାରିଲାଣି। ‘ଟିବିଏଚ ଟୁ ବି ଅନେଷ୍ଟ’ ଆପ୍‌ର ସବୁଠାରୁ ବେଶୀ ବ୍ୟବହାରକାରୀ ତାଲିକାରେ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅଛନ୍ତି।

ଆପ୍‌ର ସଂସ୍ଥାପକ ନିକିତା ବିୟରଙ୍କ କହିବାନୁସାରେ, ଫେସ୍‌ବୁକ ସହିତ ଯୋଡ଼ି ହୋଇଥିବାରୁ ଆମେ ବହୁତ ଖୁସି ଅଛୁ। ବର୍ତ୍ତମାନ ଆମମାନଙ୍କ କଥା ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏହି ଆପ୍‌ ପ୍ରସ୍ତୁତ କରିବା ପଛରେ ବହୁତ ରୋଚକ କାହାଣୀ ରହିଛି।

ଏହି ଆପ୍‌କୁ ପସ୍ତୁତ କରିଥିବା ୪ଜଣ ସାଙ୍ଗ ୨୦୧୦ରୁ ସାଥୀ ହୋଇଅଛନ୍ତି। ଯେଉଁମାନେ ଏହା ପୂର୍ବରୁ ମିଡନାଇଟ ଲ୍ୟାବ୍ସ କମ୍ପାନି ବନାଇଥିଲେ। ଏହି କମ୍ପାନିର କାମ ପାଇନେସ୍‌ ଓ କଲେଜ ଚାଟ ଭଳି ଆପର ଥିଲା। ୨୦୧୩ରୁ ଏହି କମ୍ପାନି କ୍ଷତି ସହିବାକୁ ଲାଗିଲା। ୨୦୧୭ବେଳେକୁ ସବୁଠାରୁ ଅଧିକ କ୍ଷତି ସହିବା ପରେ ଆମେ ଅନ୍ୟ କିଛି କରିବା ପାଇଁ ଚିନ୍ତା କରିଥିଲୁ। ହେଲେ ଆମ ପାଖରେ ସେତିକି ଅର୍ଥ ନଥିଲା କି ଆଗକୁ ଅନ୍ୟ କୌଣସି କାମ କରାଯାଇ ପାରିବ।

ସତେବେଳେ ୪ଜଣ ସାଙ୍ଗ ଚିନ୍ତାଧାର ମିଶାଇ ଏକ ସକରାତ୍ମକ ଆପ୍‌ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଚିନ୍ତାଧାର ନାମ ଥିଲା ‘ଟିବିଏଚ ଟୁ ବି ଅନେଷ୍ଟ’। ଏହାପରେ ସେମାନେ ନୂତନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସର୍ବପ୍ରଥମେ ଟିବିଏଚର ପରୀକ୍ଷା ଆମେରିକାର ଜାଜିୟାର ଏକ ସ୍କୁଲରେ ହୋଇଥିଲା। ସେହି ସମୟରେ ୪୦ପ୍ରତିଶତ ପିଲା ଏହି ଆପ୍‌କୁ ଡାଉନ୍‌ଲୋଡ କରିଥିଲେ। ଗୋଟିଏ ପରେ ଗୋଟିଏ କରି ତିନିଟି ସ୍କୁଲରେ ଏହି ଆପ୍‌ ବ୍ୟବହାର ହୋଇଥିଲା।

ଏହାପରେ ପ୍ରତ୍ୟେକ ସ୍କୁଲରେ ଏହାର ପ୍ରଭାବ ଦେଖିବାକୁ ମିଳିଲା। ଏହାକୁ ଦୃଷ୍ଟିରେ ରଖି ଫେସବୁକ ‘ଟିବିଏଚ ଟୁ ବି ଅନେଷ୍ଟ’କୁ କିଣିବା ପାଇଁ ସ୍ଥିର କରିଥିଲା। ଏହି ଆପ୍‌ର ବିଶେଷତ୍ୱ ହେଉଛି, ଆପଣ ଯେତେବେଳେ ଏହି ଆପ୍‌କୁ ଡାଉନ୍‌ଲୋଡ କରିବେ ଆପଣ ଏହାର ଫ୍ରେଣ୍ଡଲିଷ୍ଟରେ ସାମିଲ ହୋଇଯିବେ।

 

ସମ୍ବନ୍ଧିତ ଖବର