ହାଇଦ୍ରାବାଦ୍ରେ ଖୋଲିଲା ଆମାଜନ୍ର ବିରାଟ କ୍ୟାମ୍ପସ୍ ,୧୫ ହଜାର କର୍ମଚାରୀ କରିବେ କାମ
ହାଇଦ୍ରାବାଦ୍: ଇ-କମର୍ସ କମ୍ପାନି ଆମାଜନ୍ ଧୀରେ ଧୀରେ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର କମ୍ପାନି ହାଇଦ୍ରାବାଦ୍ରେ ତା’ର ଏକ ବିଶାଳକାୟ କ୍ୟାମ୍ପସ୍ ଖୋଲିଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମାଜନ୍ର ନିର୍ମାତା ଜେଫ୍ ବେଜୋସ୍ ଭାରତରେ ୫.୫ ବିଲିୟନ୍ ଡଲାର ନିବେଶ କରିଛନ୍ତି।
ଆମେରିକା ବାହାରେ କମ୍ପାନି ଅନ୍ୟ କେଉଁଠାରେ ନିଜ ନିର୍ମିତ କ୍ୟାମ୍ପସ୍ ସ୍ଥାପନ କରିନଥିଲା। ହାଇଦ୍ରାବାଦ୍ରେ ପ୍ରଥମ ଥର ପାଇଁ ଆମାଜନ୍ ଏପରି କରିଥିବା ଜାଣିବାକୁ ମିଳିଛି। ୧.୮ ମିଲିୟନ୍ ସ୍କୋୟାର୍ ଫୁଟ୍କୁ ସ୍ଥାନରେ ହୋଇଥିବା ଏହି କ୍ୟାମ୍ପସରେ ୧୫ ହଜାର କର୍ମଚାରୀ କାମ କରିବେ। ପୂରା ବିଶ୍ୱରେ ଏହା ହେଉଛି ଆମାଜନ୍ର ସର୍ବବୃହତ୍ ଅଫିସ୍।
ଅନ୍ଲାଇନ୍ କିଣାବିକା ବ୍ୟତୀତ ଆମାଜନ୍ ଦେଶରେ ଅନ୍ୟ ବିଭିନ୍ନ ସେକ୍ଟରରେ ବି ଅଭିଜ୍ଞତା ହାତେଇବାର ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଅନ୍ଲାଇନ୍ ଫୁଡ୍ ଡେଲିଭରିଂ ଏହାର ଆଉ ଏକ ସେକ୍ଟର। ଉଲ୍ଲେଖଯୋଗ୍ୟ, ଆମାଜନ୍ ୨୦୧୩ ମସିହାରେ ପ୍ରଥମେ ଭାରତରେ ପ୍ରବେଶ କରିଥିଲା।