ପ୍ରଥମ ଥର ପିଜାର ସ୍ବାଦ ଚାଖିବା ପରେ ଶିଶୁର ରହିଥିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଜଣେ ଛୋଟ ପିଲାର ସୁନ୍ଦର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଶିଶୁକୁ ଯିଏ ଦେଖୁଛନ୍ତି ତାଙ୍କ ମୁହଁରେ ହସ ଖେଳି ଯାଉଛି। ନିକଟରେ ପ୍ରଥମ ଥର ପାଇଁ ଥଣ୍ଡା ପାନୀୟ ପିଉଥିବା ଶିଶୁର ଏକ ମଜାଳିଆ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ବି ଲୋକମାନେ ବେଶ ପସନ୍ଦ ବି କରିଥିଲେ।

ଥଣ୍ଡା ପାନୀୟ ପିଉଥିବା ଶିଶୁର ଭିଡିଓ ପରେ ପରେ ଏବେ ସୋସିଆଲ ମିଡିଆରେ ଆଉ ଜଣେ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିଶୁଟି ପ୍ରଥମ ଥର ପାଇଁ ପିଜାର ସ୍ୱାଦ ନେଉଥିବାର ଦେଖିବାକୁ ମିଳୁଛି। ପିଜା ଖାଇବା ପରେ ଶିଶୁ ଜଣକ ଯେଭଳି ପ୍ରତିକ୍ରିୟା ଦେଉଛନ୍ତି। ଦେଖିଲେ ଆପଣ ବି ‌ହସିହସି ବେଦମ ହୋଇଯିବେ।

 

ଏହି ଭିଡିଓ ଫେସବୁକରେ @ GrowinUpItalian ନାମକ ଜଣେ ଉପଭୋକ୍ତା ଦ୍ୱାରା ସେୟାର କରାଯାଇଛି । ଏହାପୂର୍ବରୁ ଏହି ଭିଡିଓ ଟିକଟକରେ @oh_shoot_girl ନାମକ ଜଣେ ଉପଭୋକ୍ତା ଦ୍ୱାରା ସେୟାର କରାଯାଇଥିଲା । ଏହି ଭିଡିଓ ଦେଖିବା ପରେ ଲୋକମାନେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି – ଏହା ବହୁତ ସୁନ୍ଦର, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ଏହାଠାରୁ ଅଧିକ ସୁନ୍ଦର କିଛି ନାହିଁ ।

ସମ୍ବନ୍ଧିତ ଖବର