ବିବାହ ଦିନ ଜିନ୍ସ ଏବଂ ବ୍ଲାଉଜ ପିନ୍ଧି ଧୁମ୍ ନାଚିଲେ କନ୍ୟା
ନୂଆଦିଲ୍ଲୀ : ବିବାହ ସମସ୍ତଙ୍କ ଜୀବନର ଏକ ବିଶେଷ ଅନୁଭୂତି । ନିଜ ବିବାହକୁ ଭିନ୍ନ କରିବା ପାଇଁ ସମସ୍ତେ ଅନେକ ପ୍ରକାରର ଉପାୟ ଖୋଜୁଥାନ୍ତି । ତେବେ ବିବାହକୁ ଖାସ କରିବା ପାଇଁ ବର୍ତ୍ତମାନ ବିବାହ ପୂର୍ବରୁ ପ୍ରିେଓ୍ଵଡ଼ିଙ୍ଗ ଏବଂ ବିବାହ ପରେ ପୋଷ୍ଟ-େଓ୍ଵଡ଼ିଙ୍ଗ ଫଟୋ ସୁଟ ଆଦି କରାଯାଉଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବିବାହ କରିବାକୁ ଯାଉଥିବା ଜଣେ କନ୍ୟାଙ୍କର ଭିଡ଼ିଓ ଭାଇରାଲ ହେଉଛି। ଏଥିରେ ଯୁବତୀ ଜଣକ ଜିନ୍ସ ଏବଂ ବ୍ଲାଉଜ ପିନ୍ଧିବା ସହ କନ୍ୟା ଭାବେ ସଜେଇ ହୋଇ ନୃତ୍ୟ କରୁଛନ୍ତି । ଦିଲ୍ଲୀର ଜଣେ େଓ୍ଵଡିଙ୍ଗ ଫଟୋଗ୍ରାଫର ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ଆପଣ ଅନେକ କନ୍ୟାଙ୍କୁ ନାଚିବାର ଦେଖିଥିବେ ହେଲେ କେବେ ଏତେ ଆନନ୍ଦର ସହିତ ନୁହଁ ।’
Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓଟିରେ ରାଶିକା ୟାଦବ ନାମକ ମହିଳା ତାଙ୍କ ବିବାହ ଦିନ ହାତରେ ମେହେନ୍ଦି ଏବଂ ଚୁଡ଼ି ପିନ୍ଧିବା ସହ ପଞ୍ଜାବୀ ଗାୟକ ମନକୀର୍ତ୍ତ ଆଲୋଖାଙ୍କ ଗୀତରେ ଭାଙ୍ଗଡ଼ା କରୁଛନ୍ତି । ଜିନ୍ସ ଏବଂ ବୁଟ ପିନ୍ଧି ନାଚୁଥିବା ଏହି କନ୍ୟାଙ୍କର ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ୪ ଲକ୍ଷରୁ ଅଧିକ ଲୋକ ଦେଖିବା ସହ ଭରପୂର ମାତ୍ରାରେ ସେୟାର କରିଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ଖୋଦ ମନକୀର୍ତ୍ତ ମଧ୍ୟ ତାଙ୍କ ସୋସିଆଲ ପେଜରେ ଏହି ଭିଡ଼ିଓକୁ ସେୟାର କରିଛନ୍ତି ।