ମୂଷାଙ୍କ ସ୍ମୃତିରେ ୨.୫ ମିଟର ଉଚ୍ଚତାର ପ୍ରତିକୃତି

ଯେତେବେଳେ ବୈଜ୍ଞାନିକମାନେ କିଛି ନୂଆ ମେଡିସିନ୍‌ କିମ୍ବା କିଛି ନୂଆ ଜିନିଷର ଉଦ୍ଭାବନ କରନ୍ତି ସେତେବେଳେ ତାର ପ୍ରଥମ ପରୀକ୍ଷଣ ସର୍ବଦା ମୂଷା ଉପରେ କରନ୍ତି। କେତେକ ପରୀକ୍ଷାରେ ସେମାନଙ୍କର ଜୀବନ ମଧ୍ୟ ସରିଯାଏ। ହେଲେ ତାଙ୍କର ଏହି ବଳିଦାନକୁ କେହି କେବେ ମନେ ରଖନ୍ତି ନାହିଁ। ତେବେ ଋଷିଆର ସାଇବେରିଆ ସହରରେ ମୂଷାଙ୍କ ବଳିଦାନ ନିମନ୍ତେ ଏକ ଷ୍ଟାଚ୍ୟୁ ନିର୍ମାଣ କରାଯାଇଛି। ଏହି ପ୍ରତିମୂର୍ତ୍ତିଟି ୨୦୧୩ ମସିହାରେ ପ୍ରସ୍ତୁତ କରାଯାଇଥିଲା। ସହରର ୧୨୦ ତମ ପ୍ରତିଷ୍ଠା ଉତ୍ସବରେ ଏହା ସମସ୍ତ ମୂଷାଙ୍କ ନିମନ୍ତେ ସମର୍ପଣ କରାଯାଇଥିଲା। ଏହାର ଉଚ୍ଚତା ୨.୫ ମିଟର ଓ ଏହାକୁ ନିର୍ମାଣ କରିବା ପାଇଁ ଗୋଟେ ବର୍ଷ ସମୟ ଲାଗିଥିଲା।

ସମ୍ବନ୍ଧିତ ଖବର