ନଅ ଦିନ ଭିତରେ କର୍କଟ ରୋଗର ସଂପୂର୍ଣ୍ଣ ଉପଚାର ସମ୍ଭବ ବୋଲି କହିଲେ ଚିକିତ୍ସକ

ମୁମ୍ବାଇ:  କର୍କଟ ରୋଗର ନାଆଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ । କିନ୍ତୁ ମୁମ୍ବାଇର ଜଣେ ଡାକ୍ତର କହିଛନ୍ତି ମାତ୍ର ୯ ଦିନ ଭିତରେ ଏହାର ଚିକିତ୍ସା ସମ୍ଭବ। ମୁମ୍ବାଇର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ପଙ୍କଜ ଚତୁର୍ବେଦୀ କହିଛନ୍ତି ଯେ କର୍କଟ ରୋଗ ହୋଇଥିବା ଜଣାପଡ଼ିବାର ୯ ଦିନ ଭିତରେ ଏହାର ଉପଚାର ସମ୍ଭବ।

ଡାକ୍ତର ଚତୁର୍ବେଦୀ କହିଛନ୍ତି ଯେ, ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ଏହା ସମ୍ଭବ। ଟାଟା କ୍ୟାନସର ହସ୍ପିଟାଲର ଚିକିତ୍ସକ ଡାକ୍ତର ଚତୁର୍ବେଦୀଙ୍କ ମତ ଅନୁସାରେ, ଉତ୍ତର ପ୍ରଦେଶ,ବିହାର,ଝାଡଖଣ୍ଡ ଓ ପୂର୍ବୋତ୍ତର ରାଜ୍ୟମାନଙ୍କରେ ଏହି ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ତମାଖୁ ଉତ୍ପାଦର ବହୁଳ ବ୍ୟବହାର  ଫଳରେ କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଯାଇଛି। କିଭଳି ମାତ୍ର ନଅ ଦିନ ଭିତରେ କର୍କଟ ରୋଗର ଚିକିତ୍ସା ସମ୍ଭବ,ତାହା ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯେତେ ଶୀଘ୍ର ଏହାର ଉପଚାର କରାଯିବ,ସେତେ ଶୀଘ୍ର ତାହା ଭଲ ହୋଇପାରିବ।

ସମ୍ବନ୍ଧିତ ଖବର