ଅସୁସ୍ଥ ଶିଶୁଙ୍କ ପାଇଁ ମାଆ ଖିର ସଂଗ୍ରହ କରି ଚର୍ଚ୍ଚାରେ ‌ଚେନ୍ନାଇର ଯୁବ ସ୍ବେଚ୍ଛାସେବୀ ଦଳ

ଚେନ୍ନାଇ: ‌ଚେନ୍ନାଇର ଏକ ଯୁବ ସ୍ବେଚ୍ଛାସେବୀ ଦଳ ଅସୁସ୍ଥ ଶିଶୁମାନଙ୍କୁ ମାଆ ଖିର ଯୋଗାଇ ଦେଇ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଚେନ୍ନାଇର ଏଗ୍‌ମୋର ସରକାରୀ ହସ୍ପିଟାଲ୍‌କୁ ଗତ ୪ ମାସ ମଧ୍ୟରେ ଏହି ଦଳ ପ୍ରାୟ ୧୦୦ ଲିଟର ମାଆ ଖିର ଯୋଗାଇ ଦେଇଥିବା ଜାଣିବାକୁ ମିଳିଛି।

ଶିଶୁ ଶ୍ରୀ କରଣ, କୁଶଲ୍ୟା ଜଗଦୀଶ, ଏବଂ ରାମାୟା ସାନକାରନାରାୟଣ ନାମକ ୩ ଜଣ ମହିଳା  ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ତନ୍ୟ ଦୁଗ୍ଧ ବ୍ୟାଙ୍କ୍‌କୁ ମାଆ ଖିର ଯୋଗାଇ ଦେଉଛନ୍ତି।

ଲକ୍‌ଡାଉନ୍‌ ସମୟରେ ଚଳପ୍ରଚଳ ତଥା ପରିବହନ ଉପରେ ପ୍ରତିବନ୍ଧକ ଥାଇ ମଧ୍ୟ ବ୍ୟାଙ୍କକୁ ଚଳାଇ ରଖିଥିବା ହେତୁ ଡାକ୍ତରଖାନାର କର୍ମଚାରୀମାନେ ଏହି ଦଳକୁ ପ୍ରଶଂସା କରିଛନ୍ତି।

www.newindianexpress.com

ଏ ନେଇ ଶିଶୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନବୋନାଟୋଲୋଜି ବିଭାଗର ନର୍ସିଂ ସଂଯୋଜକ ଡି ଅକିଲା ଦେବୀ କହନ୍ତି କି, ‘ଏପରି ଏକ ସମୟରେ ସେମାନଙ୍କ ସହାଯ୍ୟ ଆମ ପାଇଁ ଖୁବ୍ ଗୁରୁତ୍ବ ରଖିଛି। ହସ୍ପିଟାଲର ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଏନ୍‌ଆଇସିୟୁ) ରେ ହାରାହାରି ୫୨-୬୦ ଜଣ ଶିଶୁ ଅଛନ୍ତି। ଏହି ଶିଶୁମାନଙ୍କ ମଧ୍ୟରୁ ଅନେକ ନିଜ ମା’ଙ୍କଠାରୁ ଅଲଗା ହୋଇଯାଇଛନ୍ତି। ସେମାନଙ୍କ ପାଇଁ ଏପରି ଏକ ସେବା ବେଶ୍‌ ଉପଯୋଗୀ ହୋଇପାରିଛି।’

ଲକ୍‌ଡାଉନ୍‌ ସମୟରେ ଏହି ଶିଶୁମାନଙ୍କର ପରିବାର ଲୋକ ଅନେକ ସମୟରେ ମାଆ ଖିର ଆଣିବାରେ ଅସମର୍ଥ ହୋଇଥାନ୍ତି। ଦୈନିକ ପ୍ରାୟ ୧୦ରୁ ୧୨ ଜଣ ଶିଶୁଙ୍କ ଅତି କମ୍‌ରେ ୧୦ ଏମ୍‌ଏଲ୍‌ ଖିର ଦେବା ଆବଶ୍ୟକ ପଡ଼ିଥାଏ ବୋଲି ଅକିଲା କହିଛନ୍ତି।

ଏ‌ ନେଇ ଅନ୍ୟତମ ଦାତା ଶ୍ରୀକରଣ କହନ୍ତି, ‘ଲକଡାଉନ୍ ସମୟରେ ଆମେ ୯୮  ଲିଟର ମାଆ ଖିର ଦାନ କରିବାରେ ସଫଳ ହୋଇଥିଲୁ। କାରଣ ଏହା ଏକ ଦଳୀୟ ଉଦ୍ୟମ ଥିଲା। ସଂକ୍ରମଣ ହେବାର ଭୟ ଏବଂ ଯାନନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଥିବାରୁ ଅନେକ ମା ଡାକ୍ତରଖାନା ଯାଇ ମାଆ ଖିର ଦାନ  କରି ପାରିନଥିଲେ। ଏହି ପିକ୍ ଏବଂ ଡ୍ରପ୍ ସେବା ବହୁତ ସାହାଯ୍ୟ କଲା। ଏ ବିଷୟରେ ଅଧିକ ସଚେତନତା ଆବଶ୍ୟକ।’

 

ସମ୍ବନ୍ଧିତ ଖବର