ସିଟି ଭାଲ୍ୟୁ ଓ ଏହାର ଗୁରୁତ୍ବ
ହେଲ୍ଥ ଟିପ୍ସ
ଏବେ ଆମ ଦେଶ କୋଭିଡ୍-୧୯ର ଦ୍ବିତୀୟ ଲହରକୁ ନେଇ ଏକ କଠିନ ପରିସ୍ଥିତିର ସାମ୍ନା କରୁଛି। ତେଣୁ ନିଜ ପ୍ରିୟଜନଙ୍କ ରିପୋର୍ଟକୁ ନେଇ ସମସ୍ତେ ଚିନ୍ତିତ ରହୁଛନ୍ତି। ଏହା ସ୍ବଭାବିକ ମଧ୍ୟ। ଏହି ଭୂତାଣୁକୁ ଚିହ୍ନିବା ପାଇଁ ସବୁଠୁ ଉତ୍କୃଷ୍ଟ ମାଧ୍ୟମ ହେଉଛି ଆର୍ଟି-ପିସିଆର ପରୀକ୍ଷା। ତେଣୁ ଏହି କୋଭିଡ୍-୧୯କୁ ଉଗ୍ରରୂପ ଦେଉଥିବା ଭୂତାଣୁକୁ ନେଇ ସ˚କ୍ଷେପରେ କିଛି ଜାଣିବା କଥା।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ଭୂତାଣୁ କଣ?
ବର୍ତ୍ତମାନ ମହାମାରୀର ରୂପ ନେଇଥିବା ଭୂତାଣୁକୁ ସାର୍ସ କୋଭ-୨ କୁହାଯାଏ। କରୋନାଭିରିଡି ପରିବାରଠୁ ଏହାର ଉତ୍ପତ୍ତି ଏବ˚ ବେଟା କରୋନା ଭାଇରସ୍ର ଜିନ୍। ସାର୍ସ କୋଭ୍ ଭାଇରସ ସବ୍ ଜିନ୍ରୁ ଆସିଛି। ସାର୍ସ କୋଭ୍ ଭୂତାଣୁର ତିନୋଟି ପ୍ରକାର ରହିଛି। ପ୍ରଥମେ ହେଉଛି ସାର୍ସ କୋଭ-୧ ଯାହାକି ପ୍ରାଥମିକ ପର୍ଯ୍ୟାୟରେ ୨୦୦୨ରେ ହ˚କ˚ରେ ଦେଖିବାକୁ ମିଳିଥିଲା। ଦ୍ବିତୀୟଟି ହେଉଛି ସାର୍ସ କୋଭ-୨। ଯାହାକି ବର୍ତ୍ତମାନ ମହାମାରୀର ରୂପ ନେଇଛି। ତୃତୀୟରେ ହେଉଛି ପେଟ୍ କରୋନା ଭାଇରସ।
ସାର୍ସ କୋଭ-୨ର ନିଦାନ ପାଇଁ ବିଭିନ୍ନ ପ୍ରକାରର ପନ୍ଥା ଆପଣାଯାଉଥିଲା। ତେବେ ସବୁଠୁ ନିର୍ଭରଯୋଗ୍ୟ ସାବ୍ୟସ୍ତ ହୋଇଥିଲା ରିଭର୍ସ ଟ୍ରାନ୍ସକ୍ରିପ୍ସନ ପଲିମେରାସ୍ ଚେନ୍ ରିଆକ୍ସନ ବା ଆର୍ଟି-ପିସିଆର। ମହାମାରୀର ପ୍ରାଥମିକ ପର୍ଯ୍ୟାୟରେ ଭୂତାଣୁ ଚିହ୍ନଟ ପାଇଁ ଦୁଇଟି ପ୍ରକାରର ପଦ୍ଧତିରେ ପରୀକ୍ଷା କରାଯାଉଥିଲା। ଗୋଟିଏ ହେଲା ଜିନସ୍ ସ୍ପେସିଫିକ୍ ଓ ଦ୍ବିତୀୟଟି ହେଲା ସ୍ପେସିସ୍ ସ୍ପେସିଫିକ୍। ବର୍ତ୍ତମାନ ଭାଇରସ୍ର ଜିନ୍କୁ ଗବେଷଣା କରାଯିବା ପରେ ଏହା ବିଷୟରେ ଆମେ ଅନେକ କିଛି ଜାଣିବାକୁ ପାଇସାରିଛୁ। ଏବେ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସ୍ପେସିସ୍ ସ୍ପେସିଫିକ୍।
ଏବେ ସିଟି ବା ସାଇକେଲ ଥ୍ରେସ୍ହୋଲ୍ଡ ଭାଲ୍ୟୁ ଉପରକୁ ଆସିବା। ଏଥିପୂର୍ବରୁ ପିସିଆର ବିଷୟରେ ଜାଣିନେବା। ପିସିଆର୍ ହେଉଛି ଦୁଇ ପ୍ରକାରର। ଗୋଟିଏ ହେଉଛି ଗୁଣାତ୍ମକ ଓ ଅନ୍ୟଟି ହେଉଛି ପରିମାଣିକ। ଗୁଣାତ୍ମକ ପିସିଆର୍ରେ ଆମେ ଭାଇରାଲ ନ୍ୟୁକ୍ଲିକ୍ ଏସିଡ୍ ବିଷୟରେ ଜାଣିପାରିବା। କିନ୍ତୁ ପରିମାଣିକ ପିସିଆର୍ରେ ଆମେ ଭାଇରାଲ ନ୍ୟୁକ୍ଲିକ ଏସିଡ୍ର ପ୍ରକୃତ ପରିମାଣ ବିଷୟରେ ଜାଣିପାରିବା। କିନ୍ତୁ ବର୍ତ୍ତମାନ ହେଉଥିବା ପିସିଆର୍ ପରୀକ୍ଷାରେ ଗୁଣାତ୍ମକ ପରୀକ୍ଷା କରାଯାଉଛି। ତେଣୁ ଗୁଣାତ୍ମକ ପିସିଆର୍ ପରୀକ୍ଷାରେ ଆମେ କେବଳ ଭାଇରାଲ ନ୍ୟୁକ୍ଲିକ୍ ଏସିଡ୍ର ଉପସ୍ଥିତି ବିଷୟରେ ଜାଣିପାରୁଛେ। ଆମେ କଦାପି ଭାଇରାଲ ନ୍ୟୁକ୍ଲିକ ଏସିଡ୍ର ଠିକ୍ ପରିମାଣ ବିଷୟରେ ତଥ୍ୟ ଜାଣିପାରିବା ନାହିଁ।
ଶରୀରରେ ଭୂତାଣୁର ମାତ୍ରା କେତେ ତାହା କେମିତି ଜାଣିବା?
ପ୍ରଥମେ ହେଉଛି ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କେତେ ଅଛି? ଦ୍ବିତୀୟରେ ତାଙ୍କର ବୟସ। ତୃତୀୟରେ ଡାଇବେଟିସ୍, ଉଚ୍ଚରକ୍ତଚାପ, କିମ୍ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥିବା ରୋଗରେ ପୀଡ଼ିତ ଅଛନ୍ତି କି ନାହିଁ? ଜଣେ ବ୍ୟକ୍ତି ଭୂତାଣୁର କେତେ କଣିକାର ସ˚ସ୍ପର୍ଶରେ ଆସିଛନ୍ତି? ଏସବୁକୁ ଅନୁଧ୍ୟାନ କଲେ ଏହା ଭୂତାଣୁ ମାତ୍ରାକୁ ସୂଚାଇଥାଏ। ସିଟି ଭାଲ୍ୟୁ ଭୂତାଣୁର ଠିକ୍ ମାତ୍ରା ବିଷୟରେ ଜଣାଇପାରିବ ନାହିଁ। କେତେକ କ୍ଷେତ୍ରରେ ଦେଖାଦେଇଛି କମ୍ ସିଟି ଭାଲ୍ୟୁରେ ବି ଅଧିକ ମାତ୍ରାରେ ଭୂତାଣୁ ଅବସ୍ଥାନ କରିଥାଏ। କିନ୍ତୁ ଏହା ନିରାଟ ସତ୍ୟ ନୁହେଁ। ତେଣୁ ରୋଗର ଗୁରୁତର ସ୍ଥିତିକୁ ଜାଣିବା ପାଇଁ ରୋଗୀର ବୟସ ସହିତ ଡିଡାଇମର ଲେଭଲ, ଲାକ୍ଟେକ ଡିହାଇଡ୍ରୋଜେନାସ୍ ଲେଭଲ, ଟିଏଲ୍ସି, ଏଚ୍ଏସ୍ସିଆର୍ ଇତ୍ୟାଦି ଛୋଟ ଛୋଟ ପରୀକ୍ଷାଗୁଡ଼ିକ ଆବଶ୍ୟକ ହୋଇଥାଏ। ତେଣୁ ଜଣେ କୋଭିଡ୍-୧୯ରେ ସ˚କ୍ରମିତ ହେଲେ ସିଟି ଭାଲ୍ୟୁ ପଛରେ ନଦୌଡ଼ିବାକୁ ପରାମର୍ଶ ଦିଆଯାଉଛି।