ବର୍ଜ୍ୟ ପଦାର୍ଥରୁ ପୋଷାକ

ମାର୍କିନ୍‌ ଫେସନ୍‌ ଡିଜାଇନର‌୍‌ କ୍ରିଷ୍ଟେନ୍‌ ଏଲିସ୍‌ ବର୍ଜ୍ୟ ପଦାର୍ଥରୁ ପୋଷାକ ବନାଉଛନ୍ତି। କଲେଜ୍‌ରେ ପଢ଼ିବା ବେଳୁ ବର୍ଜ୍ୟ ପଦାର୍ଥ ପରିଚାଳନା ପାଇଁ ସେ ଆଗ୍ରହୀ ଥିଲେ। ଏହା ଉପରେ ନାନା ଗବେଷଣା କରୁଛନ୍ତି। ବର୍ଜ୍ୟ ବସ୍ତୁର ପୁନଃ-ବ୍ୟବହାରକୁ ଗୁରୁତ୍ବ ଦେଉଛନ୍ତି। ସେ ଜରି, ପ୍ଲାସ୍‌ଟିକ୍‌, କାର୍ଡ‌୍‌ ବୋର୍ଡ‌୍‌, ଟେଟ୍ରା ପ୍ୟାକ୍‌ ଆଦିରେ ମହିଳାଙ୍କ ପାଇଁ କକ୍‌ଟେଲ୍‌ ଡ୍ରେସ୍‌ଠାରୁ ଆରମ୍ଭ କରି ଇଭ୍‌ନି˚ ଗାଉନ୍‌ ପର୍ଯ୍ୟନ୍ତ ଭଳିକି ଭଳି ପୋଷାକ ବନାଇ ବିକୁଛନ୍ତି। ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ ପୋଷାକ ବିକ୍ରି ପାଇଁ ନ୍ୟୁ ୟର୍କ‌୍‌ ଓ ଫ୍ଲୋରିଡାରେ ସ୍ବତନ୍ତ୍ର ସୋ-ରୁମ୍‌ ଖୋଲିଛନ୍ତି। ପୋଷାକଗୁଡ଼ିକର ମୂଲ୍ୟ ଭାରତୀୟ ମୁଦ୍ରାରେ ୮ ହଜାରରୁ ୨୦ ହଜାର ଟଙ୍କା ମଧ୍ୟରେ।

ସମ୍ବନ୍ଧିତ ଖବର