କମ୍ପାନି ଦେଉଥିବା ଟଙ୍କାରେ ରହିବା ଓ ଖାଇବା ସମ୍ଭବ ନଥିବାରୁ ଯୁବକ କଲେ ଏଭଳି କାମ

ନୂଆଦିଲ୍ଲୀ: ବାସଗୃହଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, କରୋନା ମହାମାରୀ ପରେ ପରେ ଏସବୁର ମୂଲ୍ୟ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦର ବୃଦ୍ଧିର ଛାଟ ବିଶ୍ବର ସବୁ ମଧ୍ୟବିତ୍ତଙ୍କ ଉପରେ ପଡ଼ିଛି। ତେବେ ଦର ବୃଦ୍ଧି ସହ କମ୍ପାନି କମ ଦରମା ଦେଉଥିବାରୁ ଆମେରିକାର ଜଣେ ଯୁବକ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୂଲ୍ୟ ବୃଦ୍ଧିକୁ ଦେଖି ଆମେରିକାର ଜଣେ କର୍ମଚାରୀ ଏକ ଅଜବ ସମାଧାନର ବାଟ ବାହାର କରିଥିବା ଦେଖାଯାଇଛି। ସ୍ୱଳ୍ପ ଆୟ ହେତୁ ସେ ଘର ଭଡ଼ା କରି ରହିବାକୁ ସକ୍ଷମ ନୁହଁନ୍ତି ବୋଲି ଦାବି କରି ସାଇମନ୍ ନାମକ ଜଣେ କର୍ମଚାରୀ ନିଜ ଅଫିସରେ ଶୋଇବାକୁ ଚାଲିଯାଇଥିବା ଜଣାପଡ଼ିଛି। ଏହାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଟିକଟକ ଭିଡିଓରେ ସାଇମନ୍ ଦେଖାଇଛନ୍ତି ଯେ, ସେ କିପରି ଖାଦ୍ୟ ଏବଂ ପୋଷାକକୁ‌ ନେଇ ଅଫିସରେ ପହଞ୍ଚୁଛନ୍ତି ଏବଂ ସେଠାରେ ଶୋଉଛନ୍ତି। ଭିଡିଓ‌ରେ ସାଇମନ୍ କହିଛନ୍ତି ଯେ, ମୁଁ ମୋର ଆପାର୍ଟମେଣ୍ଟ ଛାଡି ଅଫିସକୁ ଆସିଛି। ସେମାନେ ମୋତେ ଯଥେଷ୍ଟ ଦରମା ଦେଉନଥିବାରୁ ମୁଁ ଏହାକୁ ବିରୋଧ କରି ଅଫିସରେ ରହିବାକୁ ଆସିଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସାଇମନ୍ ନିଜ ଘରୁ ଜରୁରୀ ଜିନିଷ ଏକ ବ୍ୟାଗରେ ଭରି ଅଫିସରେ ପହଞ୍ଚୁଛନ୍ତି। ନିଜ ସହ ଶୋଇବା ପାଇଁ ଆବଶ୍ୟକ ଜିନିଷ ଧରି ଅଫିସ ଆସିବା ସହ ସେଠାରେ ନିଜର ଜିନିଷ ସଜାଡ଼ି ରଖିବା ସହ ଶୋଇପଡ଼ୁଛନ୍ତି। ତେବେ ଏହି ଭିଡିଓ ମାଧ୍ୟମରେ କେତେଦିନ ତାଙ୍କୁ ଏଭଳି କରିବାକୁ ହେବ ସେ ତାହା ଜାଣିନଥିବ‌ା କହିଛନ୍ତି।

ସମ୍ବନ୍ଧିତ ଖବର