ମା’ର ମମତାକୁ ରୋକି ପାରିଲାନି ଲକ୍‌ଡାଉନ୍‌: ପୁଅର ଗୋଟାଏ ଫୋନ୍‌ କଲ୍‌ ପାଇ ୧୮ ଘଣ୍ଟା ସ୍କୁଟି ଚଲାଇ ପାଖରେ ପହଞ୍ଚିଲେ ଦିବ୍ୟାଙ୍ଗ ମହିଳା

ମୁମ୍ବାଇ: କଥାରେ ଅଛି ମାଆ କେଉଁ ଈଶ୍ବରୀଠୁ କମ୍‌ ନୁହେଁ। ଦରକାର ପଡ଼ିଲେ ନିଜ ସନ୍ତାନ ପାଇଁ କ’ଣ ସେ ଅବା କରି ନପାରେ ! ଏମିତି ଜଣେ ଚର୍ଚ୍ଚିତ ମାଆ ହେଉଛନ୍ତି ପୁଣେର ସୋନୁ ଖଣ୍ଡାରେ। ଏହି ମାଆ ଜଣକ ଦିବ୍ୟାଙ୍ଗ ହେଲେ ବି ନିଜ ପୁଅର ଗୋଟାଏ ଫୋନ୍‌ କଲ୍‌ ପାଇବା ପରେ ତାକୁ ଘରକୁ ଫେରାଇ ଆଣିବାକୁ ୧୮ ଘଣ୍ଟାର ଧରି ସ୍କୁଟି‌ ଚଳାଇ ଯାଇ ପହଞ୍ଚିଗଲେ ପୁଅ ପାଖରେ।

ଲକ୍‌ଡାଉନ୍‌ ହେତୁ ଘରକୁ ଫେରି ପାରୁ ନଥିବା ୧୪ ବର୍ଷିଅ ପୁଅ ଦୁଃଖରେ ନିଜ ମାଆକୁ କଲ୍‌ କରିବାରୁ ମା‌ଆ ସମ୍ଭାଳି ହୋଇ ରହି ନପାରି ମହାରାଷ୍ଟ୍ରର ପୁଣେରୁ  ଅମରାବତୀ ପର୍ଯ୍ୟନ୍ତ ନିଜର ବାଇକ୍‌ ଯାତ୍ରା ଆରମ୍ଭ କରିଥିଲେ।

Travel Articles on Pune | Pune Travel Blogs | Travel News ...
India.com

୩୭ ବର୍ଷିୟା ଏହି ଦିବ୍ୟାଙ୍ଗ ମହିଳା ଏପ୍ରିଲ୍‌ ୨୮ ତାରିଖରେ ନିଜର ସ୍କୁଟି‌ ଯାତ୍ରା ଆରମ୍ଭ କରି ଯାଇ ନିଜ ପୁଅକୁ ଘରକୁ ଫେରାଇ ଆଣିଥିଲେ। ମହିଳାଙ୍କ କହିବା ମୁତାବକ ତାଙ୍କ ପୁଅ ପ୍ରତୀକ ମେ ୧୭ ତାରିଖରେ ନିଜ ଗାଁକୁ ଯାଇଥିଲେ। ମେ ୨୨ ତାରିଖରେ ଲକ୍‌ଡାଉନ୍‌ ଘୋଷଣା ହେବାରୁ ସେ ଆଉ ଫେରି ପାରି ନଥିଲେ।

ପ୍ରଥମ ଲକ୍‌ଡାଉନ୍‌ ତାଙ୍କୁ ଯେତିକି ବିବ୍ରତ କରିନଥିଲା ଏପ୍ରିଲ୍‌ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବିବ୍ରତ ହୋଇ ପଡ଼ିଲେ ପ୍ରତୀକ। ସେ ତାଙ୍କ ମାଆଙ୍କୁ କଲ୍‌ କରି କହିବାରୁ ସୋନୁ ଅନ୍‌ଲାଇନ୍‌ ଜରିଆରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରୁ ଏକ ଅନ୍‌ଲାଇନ୍‌ ପାସ୍‌ ମଞ୍ଜୁର କରାଇଲେ। ଖାଲି ସେତକି ନୁହେଁ, ପୁଲିସ୍‌ କମିସନରଙ୍କ ନିକଟରୁ ଏକ ସ୍ବତନ୍ତ୍ର ଅନୁମତି ଆଣିବା ପରେ ତାଙ୍କ ସ୍କୁଟି ଧରି ବାହାରି ଯାଇଥିଲେ।

ସମ୍ବନ୍ଧିତ ଖବର