ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଏଡ଼ାଇ ଦେଲା ମା’, ଅବିବାହିତ ଡାକ୍ତର ସ୍ବଇଚ୍ଛାରେ ଆପଣାଇ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳା ଡାକ୍ତରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏହି ମହିଳା ଡାକ୍ତର ଜଣକ ଏପରି କାମ କରିଛନ୍ତି ଯାହାକୁ ଶୁଣି ଆପଣଙ୍କ ମୁହଁରେ ବି ହସ ‌ଖେଳିଯିବ।

ମା’ ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଗ୍ରହଣ କରିବାକୁ ମନା କରି ଦେଇଥିଲା। ଶିଶୁ ଦୁଇଟିଙ୍କର ଚିକିତ୍ସା କରୁଥିବା ଜଣେ ଅବିବାହିତ ମହିଳା ଡାକ୍ତର କୋମଲ ଯାଦବ ଉକ୍ତ ଯାଆଁଳା ଶିଶୁକୁ ସ୍ବଇଚ୍ଛାରେ ଗ୍ରହଣ କରି ନେଇଥିବାର ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି।

The Center for Treatment of Anxiety and Mood Disorders

ଡାକ୍ତରଖାନା ପରିଚାଳକ ଉକ୍ତ ମା’କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ‌ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ। ଏହାପରେ ସମସ୍ତ ନିୟମକୁ ପୂରା କରିବା ପରେ ଅବିବାହିତ ଡାକ୍ତର କୋମଲ ଶିଶୁ ଦୁଇଟିକୁ ନିଜ ଘରକୁ ନେଇ ଯାଇଥିଲେ। ସୋସିଆଲ ମିଡିଆରେ ଏହି ଖବର ପୋଷ୍ଟ ହେବା ପରେ ଡାକ୍ତର କୋମଲଙ୍କୁ ବହୁତ ପ୍ରଶଂସା କରାଯାଉଛି। ଟୁଇଟର ବ୍ୟତୀତ ତାଙ୍କର ଏଭଳି ପ୍ରଶଂସନୀୟ କାମ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ବି କରାଯାଉଛି |

ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଡାକ୍ତର କୋମଲ ଯାଦବଙ୍କ ପଦକ୍ଷେପକୁ ଭୂରିଭୂରି ପ୍ରଶଂସା କରିଛନ୍ତି।

ଅବନୀଶ ଶରଣଙ୍କ କହିବାନୁସାରେ, ଡାକ୍ତର କୋମଲ ଯାଦବ ବର୍ତ୍ତମାନ ଫରୁଖାବାଦର ଏକ ଘରୋଇ ଡାକ୍ତରଖାନାରେ କାମ କରୁଛନ୍ତି। ଏହି ଡାକ୍ତରଖାନାରେ ଜଣେ ମହିଳା ଯାଆଁଳା ଶିଶୁକୁ ଜନ୍ମ ଦେଇଥିଲେ। ସେ ଯେତେବେଳେ ତାଙ୍କର ଯାଆଁଳା ଶିଶୁ ଜନ୍ମ ହୋଇଥିବା କଥା ଜାଣିଥିଲେ ନବଜାତକଙ୍କୁ ଆପଣାଇବା ପାଇଁ ମନା କରି ଦେଇଥିଲେ। ସେତେବେଳେ ଅବିବାହିତା ମହିଳା ଡାକ୍ତର କୋମଲ ଯାଦବ ଦୁଇ ଶିଶୁକୁ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଶିଶୁ ଦୁଇଟିକୁ ଆପଣାଇବା ପରେ କୋମଳ କହିଛନ୍ତି ସେ ଏବେ ଅବିବାହିତ ଅଛନ୍ତି। ତେବେ ଯିଏ ଏହି ଶିଶୁ ଦୁଇଟିକୁ ଆପଣାଇବ ତାଙ୍କୁ ହିଁ ସେ ବିବାହ କରିବେ।

ଆଇଏଏସ ଅଧିକାରୀ ଡିସେମ୍ବର ୩୧ ସନ୍ଧ୍ୟାରେ ଏହି ଘଟଣାର ଟୁଇଟ୍ ସେୟାର କରିଛନ୍ତି। ଏ ପର୍ଯ୍ୟନ୍ତ ଏହାକୁ ୮ହଜାରରୁ ଅଧିକ ଲାଇକ୍ ଏବଂ ୮୦୦ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି। ଏହି ପୋଷ୍ଟକୁ ଦେଖିବା‌ ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

Mother reveals she gave adopted babies back when she got pregnant | Newshub
Newshub

ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ଲେଖିଛନ୍ତି, ‘ଶିଶୁକୁ ଜନ୍ମ ଦେବା ମା’ଠାରୁ ଲାଳନପାଳନ କରୁଥିବା ମା’ର ସ୍ଥାନ ସର୍ବଦା ଉପରେ ରହିଥାଏ। ଡାକ୍ତର କୋମଲ ଯାଦବ ଏହାର ସବୁଠାରୁ ବଡ଼ ଉଦାହରଣ । ମୁଁ ବିଶ୍ବାସ କରି ପାରୁ ନାହିଁ କି ଏମିତି ବି ମା’ ଅଛନ୍ତି ଯେଉଁମାନେ ନିଜ ଜନ୍ମ କଲା ସନ୍ତାନକୁ ଛାଡ଼ି ପାରନ୍ତି ! ଲଜ୍ଜାଜନକ !! ଭଗବାନ ଉଭୟ ଶିଶୁକୁ ସୁଖରେ ରଖନ୍ତୁ। ସୁସ୍ଥ ଏବଂ ସମୃଦ୍ଧ ଜୀବନ ଦିଅନ୍ତୁ ।

ସମ୍ବନ୍ଧିତ ଖବର