ହୃଦୟସ୍ପର୍ଶୀ ଦୃଶ୍ୟ ! ଅସୁସ୍ଥ ମାଲିକଙ୍କୁ ଭେଟିବାକୁ ପ୍ରତିଦିନ ଘରୁ ହସ୍ପିଟାଲ ପର୍ଯ୍ୟନ୍ତ ଦୌଡ଼ି ଯାଉଥିଲା ପୋଷା କୁକୁର

ନୂଆଦିଲ୍ଲୀ: ଅନେକ ଲୋକ ଘରେ କୁକୁର ପୋଷିବାକୁ ଭଲ ପାଇଥାଆନ୍ତି। ଦରକାର ପଡ଼ିଲେ ସେହି କୁକୁର ତାର ମାଲିକ ପାଇଁ ଜୀବନ ଦେବାକୁ ପଛାଇ ନ ଥାଏ। ନିକଟରେ କୁକୁର ଓ ମାଲିକଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଉତ୍ତର ତୁର୍କୀରେ ରହୁଥିବା ଏକ କୁକୁରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ଏକ କୁକୁର ତାର ଅସୁସ୍ଥ ମାଲିକଙ୍କୁ ଦେଖା କରିବା ପାଇଁ ଘରୁ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚି ଯିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଜାନୁଆରି ୧୪ର ଏହି ଘଟଣା। କେମାଲ ସେନଟ୍ରକ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଆମ୍ବୁଲାନ୍ସ ଡକାଯାଇ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାଲିକଙ୍କୁ ହସ୍ପିଟାଲ ନେବା ଦେଖି ପୋଷା କୁକୁର ବୋନକୁକୁ ଆମ୍ବୁଲାନ୍ସ ପଛେପଛେ ହସ୍ପିଟାଲ ପର୍ଯ୍ୟନ୍ତ ଧାଇଁ ଯାଇଥିଲା।

କେମାଲଙ୍କ ଝିଅଙ୍କ କହିବାନୁସାରେ, ସେ ପ୍ରତିଦିନ ହସ୍ପିଟାଲରୁ କୁକୁରକୁ ଘରକୁ ଆଣୁଥିଲେ କିନ୍ତୁ, ସେ କେତେବେଳେ ଯେ ଘରୁ ବାହାରି ଯାଇ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ତାହା କେହି ଜାଣୁ ନଥିଲେ।

ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ କହିବାନୁସାରେ, ପ୍ରତିଦିନ ସକାଳୁ ୯ଟାରେ କୁକୁର ଆସି ହସ୍ପିଟାଲରେ ପହଞ୍ଚିଥାଏ। ଆଉ ରାତି ହେବା ପୂର୍ବରୁ ପୁଣି ଘରକୁ ଫେରି ଯାଇଥାଏ। ଆଶ୍ଚର୍ଯ୍ୟର କଥା ହସ୍ପିଟାଲ ଦ୍ବାର ଖୋଲା ଥିଲେ ବି କୁକୁରଟି କେବେ ପଶିବାକୁ ଚେଷ୍ଟା କରି ନାହିଁ।

କେମାଲ ଯେତେବେଳେ ଜାଣିଲେ କି ତାଙ୍କ କୁକୁର ତାଙ୍କୁ ଭେଟିବାକୁ ହସ୍ପିଟାଲ ପର୍ଯ୍ୟନ୍ତ ଆସୁଛି । ସେ ନିଜକୁ ଅଟକାଇ ପାରି ନଥିଲେ। ନିଜେ ହୁଇଲଚେୟାରରେ ବସି କୁକୁର ପାଖକୁ ଆସିଥିଲେ। ସୁସ୍ଥ ହେବା ପରେ କେମାଲଙ୍କୁ ନିକଟରେ ହସ୍ପିଟାଲରୁ ଛୁଟି ମିଳିଛି।

ସମ୍ବନ୍ଧିତ ଖବର