ଏହି ୫ଟି ସାଧାରଣ ଭୁଲ୍‌ ପାଇଁ ଖରାପ ହୋଇଥାଏ ସ୍ମାର୍ଟଫୋନ୍‌

ବେଳେବେଳେ ଆମେ ଫୋନ୍‌ ବ୍ୟବହାର ସମୟରେ ଏପରି କିଛି ସାଧାରଣ ଭୁଲ୍‌ କରିବସିଥାଉ, ଯାହାକି ଆମର ସ୍ମାର୍ଟଫୋନ୍‌ଟିକୁ ଖରାପ କରିଦିଏ। ତେବେ ଉପଭୋକ୍ତାମାନେ ଏହି ଭୁଲ୍‌ ବିଷୟରେ ଅଜ୍ଞ ଥିବା କାରଣକୁ ଏପରି ଭୁଲ୍‌ କରିବସନ୍ତି। ଆଜି ଆମେ ଆପଣଙ୍କୁ ଏହି ୫ଟି ସାଧାରଣ ଭୁଲ୍‌ ବିଷୟରେ ଜଣାଇବୁ, ଯାହାକି ଆପଣଙ୍କ ସ୍ମାର୍ଟଫୋନ୍‌ କୁ ଖରାପ କରିଥାଏ।

୧. ଫୋନ୍‌କୁ ରୁଟ୍‌ କରିବା: ଫୋନ୍‌କୁ ରୁଟ୍‌ କରିବା ପୂର୍ବରୁ ଉପଭୋକ୍ତାଙ୍କୁ ପ୍ରଥମେ ଏହା ବିଷୟରେ ସଂପୂର୍ଣ୍ଣ ସୂଚନା ଜାଣିନେବା ନିହାତି ଦରକାର। ତେବେ ଫୋନ୍‌ର ରୁଟ୍‌ କରିବା ପୂର୍ବରୁ ଓ୍ଵାର୍ଣ୍ଣିଙ୍ଗ୍‌ ଦିଆଯାଇଥାଏ। ହେଲେ ଫୋନ୍‌ଟିକୁ ଭୁଲ୍‌ବଶତଃ ରୁଟ୍‌ କରିବା ଫଳରେ ଫୋନ୍‌ଟି ଇଣ୍ଟର୍‌ନାଲି ଡ଼୍ୟାମେଜ୍‌ ହୋଇଯାଏ। ତେଣୁ ଉପଭୋକ୍ତାଙ୍କୁ ସେମାନଙ୍କ ଫୋନ୍‌ ରୁଟ୍‌ କରିବା ଆଦୌ ଉଚିତ୍‌ ନୁହେଁ।
୨. ମେମୋରି କାର୍ଡ଼ ବିନା ସ୍ମାର୍ଟଫୋନ୍‌ର ବ୍ୟବହାର: ବହୁତ ଉପଭୋକ୍ତା ସେମାନଙ୍କ ଫୋନ୍‌ରେ ମେମୋରି କାର୍ଡ଼ ସେହି ପର୍ଯ୍ୟନ୍ତ ବ୍ୟବହାର କରନ୍ତି ନାହିଁ;ଯେଉଁପର୍ଯ୍ୟନ୍ତି ଫୋନ୍‌ର ଇଣ୍ଟର୍‌ନାଲ୍‌ ମେମୋରି ସଂପୂର୍ଣ୍ଣ ହୋଇନଥାଏ। ତେଣୁ ଫୋନ୍‌ଟି ସଂପୂର୍ଣ୍ଣ ଭରିଯିବା ଯୋଗୁଁ ଏହା ଠିକ ଭାବେ କାମ କରିବା ବନ୍ଦ କରିଦିଏ। ଏହି କାରଣକୁ ନେଇ ଆପଣ ଫୋନ୍‌ରେ ମେମୋରି କାର୍ଡ଼ର ବ୍ୟବହାର କରନ୍ତୁ ଏବଂ କିଛି ଫାଇଲ୍ସ ଏହା ଭିତରେ ସେଭ୍‌ କରିରଖନ୍ତୁ। ଏହାଦ୍ୱାରା ଫୋନ୍‌ର ମେମୋରି ଫୁଲ୍‌ ହୁଏନି ଓ ତାହା ଭଲଭାବରେ କାମକରିଥାଏ।
୩. ଫୋନ୍‌କୁ କେବେ ବି ବନ୍ଦ୍‌ ନ କରିବା: ପ୍ରାୟତଃ ମୋବାଇଲ୍‌ ଉପଭୋକ୍ତା ଫୋନ୍‌କୁ ବନ୍ଦ୍‌ କରିବା କଥାକୁ କେବେହେଲେ ବି ଭାବନ୍ତି ନାହିଁ। ତେଣୁ ଆପଣ ଯଦି ଆପଣଙ୍କ ଫୋନ୍‌କୁ ଠିକ୍‌ ରଖିବାକୁ ଚାହୁଁଥାଆନ୍ତି ତ,ତେବେ ତାହାକୁ ସପ୍ତାହକ ମଧ୍ୟରେ ଥରୁଟିଏ ରିବୁଟ୍‌ ବା ସଟ୍‌ ଡ଼ାଉନ୍‌ କରିବା ଉଚିତ୍‌। ଏହା କରିବା ଦ୍ୱାରା ଫୋନ୍‌ର କ୍ୟାଚ୍‌୍‌ କ୍ଲିଅର୍‌ ହୋଇଥାଏ। ଏହାଦ୍ୱାରା ଫୋନ୍‌ ଭଲଭାବରେ କାମ କରିଥାଏ।
୪. ଫୋନ୍‌କୁ ଓଦା କରିବା: ଆପଣଙ୍କୁ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ପାଣିର ଗୋଟିଏ ବିନ୍ଦୁ ବି ଆପଣଙ୍କ ଫୋନ୍‌ କୁ ଖରାପ କରିଦିଏ। ତେଣୁ ଆପଣ ଆପଣଙ୍କ ଫୋନ୍‌କୁ ଓଦା ହାତରେ ଧରନ୍ତୁ ନାହିଁ। ଏହାର ହୋମ୍‌ ବଟନ୍‌ ଉପରେ ଓଦାହାତକୁ ଲଗାନ୍ତୁ ନାହିଁ ବରଂ ଏହାକୁ ପାଣି ପାଖରୁ ଦୂରେଇ ରଖନ୍ତୁ।
୫. କେଉଁଠାରୁ ବି କିଛି ଆପ୍‌ସର ଇନ୍‌ଷ୍ଟାଲ୍‌ କରିବା: କେଉଁଠାରୁ ବି କୌଣସି ଆପ୍‌ସର ଇନ୍‌ଷ୍ଟଲ୍‌ କରିବା ମଧ୍ୟ ଫୋନ୍‌କୁ ଭାଇରସ୍‌ ଆଣିଥାଏ। ଏହା ଆମର ଲୋକେସନ୍‌ ଟ୍ରାକ୍‌ କରିବା ସହିତ ଡ଼ାଟାକୁ ବି ଚୋରାଇଥାଏ। ଏହି କାରଣକୁ ନେଇ ଫୋନ୍‌ରେ ଉକ୍ତ ଆପ୍‌ସକୁ ଇନ୍‌ଷ୍ଟଲ୍‌ କରିବା ପୂର୍ବରୁ ପ୍ରଥମେ ଯତ୍ନଶୀଳ ରୁହନ୍ତୁ।
ସମ୍ବନ୍ଧିତ ଖବର