ବିହାର : ଯତୀନ୍ଦ୍ର ମାଛଚାଷରେ ବର୍ଷକୁ ରୋଜଗାର କରୁଛନ୍ତି ୯୦ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ପାଟନା: ବିହାରର ମୋତିହାରୀ ଅଞ୍ଚଳର ଚାଷୀ ଯତୀନ୍ଦ୍ର କାଶ୍ୟପ ଚାଷ କରି ବାର୍ଷିକ ଲାଭ କରୁଛନ୍ତି ଲକ୍ଷାଧିକ ଟଙ୍କା । ଭାରତରେ ଚାଷ ପାଇଁ ବିଭିନ୍ନ ବାଧା ଦେଖାଯାଉଥିବା ବେଳେ ଯତୀନ୍ଦ୍ର ଏଥିରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରିବା ସହ ଅନ୍ୟ ଚାଷୀମାନଙ୍କୁଅନୁପ୍ରେରିତ କରୁଛନ୍ତି। ଯତୀନ୍ଦ୍ରଙ୍କ ସଫଳତା ଦେଖିବା ପରେ ବର୍ତ୍ତମାନ ବିହାରର ସରକାର ଜନସାଧାରଣଙ୍କୁ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ କରୁଛି ଏବଂ ଚାଷ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ୫୦ ପ୍ରତିଶତ ସହଯୋଗ କରୁଛନ୍ତି। ମାଛଚାଷରେ ପୋଖରୀ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୧୨-୧୫ ଲକ୍ଷ ଟଙ୍କାର ଖର୍ଚ୍ଚ ହୋଇଥାଏ । ଏଣୁ ସାଧାରଣତଃ ଲୋକ ଏହି ରିସ୍କ ନେବାପାଇଁ ଡ଼ରିଥାନ୍ତି । ତଥାପି କିଛି ଚାଷୀ ଏହି ରିସ୍କ ଉଠାଇବାକୁ ରାଜି ଥାନ୍ତି କାରଣ ଏହି ଚାଷରେ ଖର୍ଚ୍ଚ ଅପେକ୍ଷା ଲାଭ ମଧ୍ୟ ବହୁତ ଭଲ ହୋଇଥାଏ ।

ଯେତେବେଳେ ଯତୀନ୍ଦ୍ର ୫ ବର୍ଷ ଆଗରୁ ମାଛ ଚାଷ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ ଏଥିପାଇଁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି କ୍ଷେତ୍ରରେ ସେ ନୂଆ ଥିଲେ ଏବଂ ଏହାର ଲାଭ କ୍ଷତି ବିଷୟରେ ତାଙ୍କର ଅଧିକ ଜ୍ଞାନ ନ ଥିଲା। ତାଙ୍କ ପାଖରେ ଚାଷର ଜ୍ଞାନ କମ ଥିବାରୁ ସେ ଅନେକ ବିଶେଷଜ୍ଞଙ୍କ ଠାରୁ ଏହି ବିଷୟରେ ଜ୍ଞାନ ଆହରଣ କରିବା ଆରମ୍ଭ କରିଥିଲେ । ପରେ ସେ ଜାଣିବାକୁ ପାଇଲେ କି ମାଛ ଚାଷରେ ନୂତନ କୌଶଳର ବ୍ୟବହାର ଦ୍ୱାରା ଅଧିକ ଲାଭ କରାଯାଇପାରିବ। ସେ ଧିରେ ଧିରେ ଏହା ବିଷୟରେ ଶିଖିବା ସହ ଏଥିରୁ ଲାଭ ଅର୍ଜନ କରିବା ଆରମ୍ଭ କରିଥିଲେ ।

ବର୍ତ୍ତମାନ ଯତୀନ୍ଦ୍ର ୨୫ ଏକର ସ୍ଥାନରେ ମାଛଚାଷ କରି ୫୦ ଟନ୍‌ ମାଛ ଉତ୍ପାଦନ କରିଛନ୍ତି। ଯାହା ଦ୍ୱାରା ସେ ପ୍ରାୟ ୭୫ ଲକ୍ଷ ଟଙ୍କା ଲାଭ କରିଛନ୍ତି । ସେ ତାଙ୍କ ଗ୍ରାମରେ ଅନେକ ଲୋକଙ୍କୁ ମାଛ ଚାଷ କରିବା ପାଇଁ ପ୍ରେରିତ କରିଛନ୍ତି। ବିହାରରେ ଭରପୂର ମାତ୍ରାରଜଳର ସୁବିଧା ଥିବାରୁ ଏହା ସେଠାରେ ଏକ ଲାଭଦାୟକ ଚାଷ ରହିବ । ସରକାର ଯେତେବେଳେ ମାଛ ଚାଷ ଆଡ଼କୁ ନଜର ପକାଇଲେ ପରେ ଲୋକ ମଧ୍ୟ ଛୋଟ ଛୋଟ ପୋଖରୀ ପ୍ରସ୍ତୁତ କରିବା ଆରମ୍ଭ କଲେ ଯାହାଦ୍ୱାରା ସୁବିଧାରେ ମାଛ ଚାଷ କରିହେବ । ତେବେ ବିହାରର ପାଣିପାଗ ମାଛ ଚାଷ ପାଇଁ ଉପଯୁକ୍ତ ଏଣୁ ସରକାରଙ୍କ ସାହାଯ୍ୟ ଏଠାରେ ଚାଷୀମାନଙ୍କୁ ମାଛ ଚାଷ ପାଇଁ ଉତ୍ସାହିତ କରୁଛନ୍ତି।

ସମ୍ବନ୍ଧିତ ଖବର