ମଝି ଆକାଶରେ ବିମାନ ଥିବା ବେଳେ ଶୌଚାଳୟକୁ ଯାଇ ଆଉ ବାହାରକୁ ଆସିପାରିଲେନି ପାଇଲଟ, ତା’ପରେ…

ନୂଆଦିଲ୍ଲୀ: ସମସ୍ତେ ବିମାନ ଯାତ୍ରାକୁ ଉପଭୋଗ କରିବାକୁ ଚାହାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ବେଳେବେଳେ ମଝି ଆକାଶରେ ବିମାନ ଥିବା ବେଳେ ପାଇଲଟଙ୍କ ଏକ ଛୋଟ ଭୁଲ ଯାତ୍ରୀଙ୍କ ଜୀବନକୁ ଅସୁବିଧାରେ ପକାଇଦେଇଥାଏ। ନିକଟ ଅତୀତରେ ପାଇଲଟଙ୍କ ଭୁଲ ସହ ବିମାନର ଯାନ୍ତ୍ରିକ ତ୍ରୁଟି ପାଇଁ ଅନେକ ଦୁର୍ଘଟଣା ଘଟିଛି ଏବଂ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ସେଭଳି କିଛି ଘଟଣା ଘଟିଛି ଇଜିଜେଟ୍ ବିମାନରେ, ଯାହା ପାଇଁ ବିମାନକୁ ଏଡିନବର୍ଗ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିବା ଜଣାପଡ଼ିଛି। ତେବେ କୌଣସି ବିଶୃଙ୍ଖଳା ପାଇଁ ନୁହେଁ, ବରଂ ବିମାନର ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ବିମାନକୁ ଅବତରଣ କରାଯାଇଛି।

Flight emergency landing: उड़ते प्लेन के टॉयलेट में फंस गया पायलट, विमान में सवार यात्रियों का हुआ ऐसा हाल

ଇଜିଜେଟ୍ ବିମାନ ଇଜେଡୱାଇ୬୯୩୮ ରବିବାର ସକାଳେ ସ୍କଟଲ୍ୟାଣ୍ଡର ରାଜଧାନୀ ଯିବା ପାଇଁ ଗ୍ରୀସର ହେରାକ୍ଲିଓନରୁ ଯାତ୍ରା ଆରମ୍ଭ କରିଥିଲା। ହେଲେ ଉଡ଼ାଣର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଧିକାରୀଙ୍କ ପାଖକୁ ଜରୁରୀକାଳୀନ ଅବତରଣ ପାଇଁ ବାର୍ତ୍ତା ଆସିବା ଆରମ୍ଭ ହୋଇଥିଲା। ହଠାତ ‌ଏଭଳି ହେବା ପରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଭାବିଥିଲେ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଧିକାରୀ। ହେଲେ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା। ବିମାନର କ୍ୟାପଟେନ ଶୌଚାଳୟକୁ ଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିବାରୁ ସେ ଆଉ ବାହାରକୁ ଆସି ପାରିନଥିଲେ। କିଛି ସମୟ ଧରି ସେ ବାହାରକୁ ନଆସିବାରୁ ବିମାନରେ ଥିବା ଅନ୍ୟ ଜଣେ ପାଇଲଟ ବିମାନର ଜରୁରୀକାଳୀନ ଅବତରଣ କରାଇବାକୁ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ବାର୍ତ୍ତା ପଠାଇଥିଲେ। ବାର୍ତ୍ତା ମିଳିବା ପରେ ବିମାନବନ୍ଦରରେ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଲଗାତାର ୧୩ଘଣ୍ଟା କାମ କରିଥିବାରୁ କ୍ୟ‌ାପଟେନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର