ବ୍ୟଙ୍ଗ: ଏହି ସବୁ ଇଂରାଜିର ମଜାଦାର ଓଡ଼ିଆ ଅନୁବାଦ ପଢ଼ନ୍ତୁ; ନିଜେ ହସନ୍ତୁ, ପିଲାଙ୍କୁ ହସାନ୍ତୁ

ଛୋଟ ପିଲାଙ୍କୁ କେବେ ପାଠ ପଢ଼େଇଛନ୍ତି? ନପଢ଼େଇଲେ ବି ସେମାନେ ପାଠ ପଢ଼ିଲା ବେଳେ ସେମାନଙ୍କ ପାଖରେ କେବେ ନା କେବେ ନିଶ୍ଚୟ ବସିଥିବେ! ପିଲାଏ ନୂଆ ନୂଆ ଅନୁବାଦ କରିବା ଶିଖୁଥିଲେ କେତେକ ଇଂରାଜି ଶବ୍ଦ ବା ବାକ୍ୟର ଯେଉଁ ଭଳି ଭାବେ ମଜାଦାର୍‌ ଅନୁବାଦ ସବୁ କରିଥାନ୍ତି ତାହାକୁ ଶୁଣି ଯେକେହି ବି ହସି ହସି ବେଦମ ହୋଇପାରନ୍ତି। ଆଜି ସେହିପରି କିଛି ମଜାଦାର୍‌ ଅନୁବାଦ କରିବା। କିଛି ଇଂରାଜିର ମଜାଦାର୍‌ ଅନୁବାଦ କରି ନିଜେ ହସିବା ଓ ପିଲାଙ୍କୁ ହସାଇବା। ତେବେ ଏକଥା କହିରଖୁଛୁ କି, ଏହି ଅନୁବାଦ ସଂପୂର୍ଣ୍ଣ ଭୁଲ୍।

ଇଲେକ୍ଟ୍ରିକ୍‌ ବଲ୍‌ବ: ବିଦ୍ୟୁତ୍‌ ପେଣ୍ଡୁ।

କିପ୍‌ ପୁସିଂ ହାର୍ଡ: ଶକ୍ତ ଧକ୍କା ଦେଇ ଚାଲ।

କିପ୍‌ ଇନ୍‌ ଟଚ୍‌: ଛୁଇଁବା ଜାରି ରଖ।

ଜଷ୍ଟ୍‍ ଷ୍ଟିକ୍‌ ଆରାଉଣ୍ଡ୍‌: ଚାରି ପାଖରେ ବାସ୍‌ ବାଡ଼ି ରଖ।

ୟୁ ଆର୍‌ ଫାୟାର୍ଡ : ତୁମ ଦେହରେ ନିଆଁ ଲାଗିଯାଇଛି।

ରମାକାନ୍ତ ପାସ୍‌ଡ ଆ‌ୱେ : ରମାକାନ୍ତ ଉତ୍ତୀର୍ଣ୍ଣ ହୋଇ ଦୂରକୁ ଚାଲିଗଲେ।

ଦ୍ୟାଟ୍‌ସ ମ୍ୟାନ୍‌ ସୋ କୁଲ୍‌: ସେ ମଣିଷ ଖୁବ୍‌ ଥଣ୍ଡା ଅଟନ୍ତି।

ବ୍ରୋ ଲେଟ୍‌ସ ହ୍ୟାଙ୍ଗ୍‌ ଆଉଟ୍‌: ଭାଇ ଚାଲ୍‌ ବାହାରେ ଓହଳିବା।

ବେବି ୟୁ ରକ୍‌ ମାଇଁ ଓ୍ଵାର୍ଲଡ: ଶିଶୁ, ତୁମେ ମୋ ଦୁନିଆକୁ ପଥର କରିଦଉଛ।

ଫିଲିଂ ଏ ବିଟ୍‌ ଡାଉନ୍‌ ଟୁଡେ: ଆଜି ଟିକେ ତଳୁଆ ଅନୁଭବ କରୁଛି।

(ବି.ଦ୍ର: କେବଳ ହସିବା ପାଇଁ ମଜାଦାର୍‌ ଅନୁବାଦ କରାଯାଇଛି। ଏଠାରେ ଇଂରାଜିଗୁଡ଼ିକର ବାସ୍ତବ ଓଡ଼ିଆ ଅନୁବାଦ କରାଯାଇ ନାହିଁ)

ସମ୍ବନ୍ଧିତ ଖବର