ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ରକ୍ତ ଦେଲେ ୧୧୧ଜଣ ସ୍ୱେଚ୍ଛାସେବୀ

ରାଜଘାଟ: ବସ୍ତା ବ୍ଲକର ଭେଲୋରା ପଞ୍ଚାୟତର ଭେଲୋରା ଗ୍ରାମରେ ୟଙ୍ଗଷ୍ଟାର କ୍ଳବର ୧୦ତମ ଗଣେଶ ପୂଜା ଉପଲକ୍ଷେ କ୍ଳବର ୯ମ ରକ୍ତଦାନ ଶିବିର ‘ସମ୍ବାଦ’ ‘ଆମ ଓଡ଼ିଶା’ ସହଯୋଗରେ ଭେଲୋରାହାଟ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସଂଜୀବ ସାହୁ ଓ ଜ୍ଞାନ ରଞ୍ଜନ ଦାସ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ରକ୍ତ ଭଣ୍ଡାରଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ ଓ ହିମାଚଳ ଦାସମହାପାତ୍ର ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହିତ କ୍ଲବ ଏହି ଭଳି କାର୍ଯ୍ୟକୁ ଭୂୟଶୀ ପ୍ରଶଂସା କରିଥିଲେ।

ଶିବିରରୁ ୧୧୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କ୍ଳବର ସମ୍ପାଦକ ତ୍ରିଲୋଚନ ପ୍ରଧାନ,ଅବନୀ ମହାନ୍ତି, ଗଦାଧର ବାଗ, ରଞ୍ଜନ ମହାନ୍ତି, ପପୁ ଧଳ, ଶଶିକାନ୍ତ ସାହୁ, ଲମ୍ବଧର କାମିଳା,କାଳି ଚରଣ ସାହୁ, ରୁଦ୍ର ନାରାୟଣ ମିଶ୍ର, ଗଦା ବାଗ, ଚନ୍ଦନ ସାହୁ , ଭରତ ସାହୁ, ମୁନା ସାହୁ, ସାନୁ ସାହୁ,,ଟୁଲୁ ସାହୁ,ସରୋଜ ସାହୁ, ଗୌରାଙ୍ଗ ସାହୁ, ସିରାଜ ଖାଁ ଶିବିରରକୁ ପରିଚାଳନା କରିଥିଲେ। ଡା’ ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଦେବାଶିଷ ଦତ୍ତ, ଜ୍ୟୋତିଶ ପ୍ରଧାନ, ଅଜୟ କୁମାର ମହାପାତ୍ର, ସନ୍ତୋଷ କୁମାର ଜେନା ଓ ନରେନ୍ଦ୍ର ମହାଳିକ ରକ୍ତ ସଂଗ୍ରହ କରିଥିଲେ।

କ୍ଳବର ବସନ୍ତ କୁମାର ଜେନା, ତାପସ ମହାନ୍ତି, ବସନ୍ତ ଭଦ୍ର, ପ୍ରଭାକର ସାହୁ, ଦୀପୁ ଦତ୍ତ, ରତ୍ନାକର ସାହୁ, ଅଜୟ ଜେନା, ସଞ୍ଜିତ ସାହୁ, ଗୌରାଙ୍ଗ ସାହୁ, ସତ୍ୟବ୍ରତ ଜେନା, ପ୍ରହ୍ଲାଦ ଦେ, ଚନ୍ଦନ ଦାସ, ଗୌତମ ପାତ୍ର, ପୁନ ସାହୁ, ରବୀନ୍ଦ୍ର ମହାନ୍ତି, ଗୁଗୁ ଦାସମହାପାତ୍ର,ସୁବ୍ରତ ନାରାୟଣ ନନ୍ଦ, ସନ୍ତୋଷ ଜେନା, ରାଜଘାଟ ସମ୍ବାଦ ପ୍ରତିନିଧି ବଂଶୀଧର ସାହୁ, ସମ୍ବାଦ ପ୍ରସାର ବିଭାଗ ସହଯୋଗୀ ବିରଞ୍ଜନ ଦାସ ଓ ଲକ୍ଷ୍ମୀଧର ବାରିକଙ୍କ ସହ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। କ୍ଲବର ସଭାପତି ଇଂ ଗୌରୀଶଙ୍କର ଜେନା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ବଜାର କମିଟି, ଦର୍ପଣ ଫାଉଣ୍ଡେସନ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର