ଏବେ ଏକ ବୃତ୍ତଚିତ୍ର ଖୁବ୍ ଚର୍ଚ୍ଚାରେ ଅଛି। ଏହି ବୃତ୍ତି ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ହେଲେ ମାଇକ୍ ବାସନ୍। ଏହି ବୃତ୍ତଚିତ୍ରରେ ଜଣେ ଯୋଗୀଙ୍କ ଦ୍ୱାରା କରାଯାଉଥିବା ଏକ ଦୁର୍ଲଭ ଓ ଅସାଧାରଣ ଅଗ୍ନି ଅନୁଷ୍ଠାନ ଓ ତାର ଅଲୈକିକ ଘଟଣା ଦେଖିବାକୁ ମିଳୁଛି। ଏହି ଅଲୌକିକ ଘଟଣାର ଯାଞ୍ଚ କରିଛନ୍ତି ଗବେଷକ। ସେ ଯୋଗୀଙ୍କର ଶାରୀରିକ ପରୀକ୍ଷଣ ପରେ ତାଙ୍କର କପଡା ଓ ରାସାୟନିକ ବିଶ୍ଲେଷଣର ଚିତ୍ରଣ ମଧ୍ୟ କରିଛନ୍ତି।
ଏହି ଯୋଗୀ ବିଗତ ୪୫ ବର୍ଷରେ ଏକ ହଜାର ଦିନପାଇଁ ଏକ ଅଗ୍ନି ଅନୁଷ୍ଠାନର ପ୍ରଦର୍ଶନ କରିଥିବା କୁହାଯାଉଛି।
ଉକ୍ତ ଯୋଗୀଙ୍କର ଓଜନ ମାତ୍ର ୪୩ କିଲୋଗ୍ରାମ୍। ସେ ପ୍ରତିଦିନ କିଛି ବୁନ୍ଦା ପାଣି, ଦୁଇଟି ପାଚିଲା କଦଳୀ ଓ ଏକ ଗ୍ଲାସ ଦୁଧ ସେବନ କରି ଜୀବନ ଧାରଣ କରୁଛନ୍ତି। କୁହାଯାଉଛି ଯେ ସେ ପ୍ରାୟ ୨୮ ବର୍ଷ ଧରି ଏଭଳି ଜୀବନଶୈଳୀରେ ରହି ଆସିଛନ୍ତି।
ଏହି ୬୩ ବର୍ଷୀୟ ଯୋଗୀଙ୍କର ନାମ ହେଲା ରାମ ଭୌସ୍ୱାମୀ। ସେ କହିଛନ୍ତି ଯେ ୧୯୭୫ରେ ପ୍ରତିଦିନ କିଛି ବୁନ୍ଦା ଜଳ ପିଉଥିଲେ। ଦୁଇ ବର୍ଷପରେ ନିଜର ଦୈନିକ ଭୋଜନରେ ଦୁଇଟି କଦଳୀକୁ ସାମିଲ କରିଥିଲେ। ସେ ରାତିରେ କେବଳ ତିନି ଘଣ୍ଟା ଶୋଇଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୋଗୀ ଜଣେ ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ୍। ତେବେ ଏହି ଯୋଗୀ ରାମ ଭୈସ୍ୱାମୀ ନିଜର ଅଗ୍ନି ଅନୁଷ୍ଠାନ ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି।