ଖ୍ୟାତନାମା ଶିଳ୍ପପତି ରତନ ଟାଟା ଯେ ସଫଳତାର ଊର୍ଧ୍ୱରେ ଏ କଥାକୁ ହୁଏତ କେହି ଅସ୍ୱୀକାର କରିବେ ନାହିଁ। ତାଙ୍କ ସଫଳତା ପଛରେ ଲୁଚି ରହିଛି କେତେକ ଆଦର୍ଶ। ଯାହାକୁ ଅନୁସରଣ କଲେ ଜଣେ ସାଧାରଣ ଲୋକ ମଧ୍ୟ ସଫଳତା ପାଇବାରେ ସମର୍ଥ ହୋଇ ପାରିବେ। ନିମ୍ନରେ ଆଲୋଚନା କରାଯାଇଛି ରତନ ଟାଟା କହିଥିବା କେତେକ ଗୁରୁତ୍ୱପୂର୍ଣ୍ଣ କଥା…
Sambad is now on WhatsApp
Join and get latest news updates delivered to you via WhatsApp
– ଯଦି ତୁମେ ସଫଳ ହେବାକୁ ଚାହଁ ତା’ହେଲେ ପ୍ରଥମେ ନିଜକୁ ଚିହ୍ନିବାକୁ ଚେଷ୍ଟା କର। କାହିଁକି ନା, ତୁମ ନିଜଠାରୁ ତୁମକୁ କେହି ଭଲ ଭାବେ ଜାଣନ୍ତି ନାହିଁ।
– ବାସ୍ତବତାକୁ ଗ୍ରହଣ କରିବା ଶିଖ। ତା’ହେଲେ ଜୀବନରେ ଆଗକୁ ବଢ଼ିପାରିବ।
– ସମସ୍ତଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କର। କାହାକୁ ବି ଛୋଟ ମଣ ନାହିଁ।
– କାମ ଛୋଟ କି ବଡ଼ ଧ୍ୟାନ ନ ଦେଇ ତାହାକୁ କିପରି ସୁଚାରୁ ରୂପେ ତୁଲାଇ ପାରିବ ସେଥିପ୍ରତି ଧ୍ୟାନ ଦିଅ।
– ଯେପରି ଲୁହାର କେହି କ୍ଷତି କରିପାରନ୍ତି ନାହିଁ ସେ ନିଜେ ହିଁ କଳଙ୍କି ମାରିଯାଏ। ସେହିପରି ଜଣେ ମଣିଷର ବିଫଳତା ପାଇଁ ସେ ନିଜେ ହିଁ ଦାୟୀ।
– ଉଡ଼ିବାର ଶେଷ ନାହିଁ। ପ୍ରତ୍ୟେକ ଦିନ କିଛି ବାଟ ବେଶୀ ଉଡ଼ି ପାରିବା ହିଁ ସଫଳତା।
– ବିଶ୍ୱାସ ହେଉଛି ବ୍ୟବସାୟୀ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ଗ୍ରାହକଙ୍କ ବିଶ୍ୱାସ ଜିଣି ପାରିଲେ ଜଣେ ସଫଳ ବ୍ୟବସାୟୀ ହୋଇପାରିବ।
– ଅସୁବିଧା ଦେଖି ଦୌଡ଼ ନାହିଁ; ତାହାକୁ ସାମ୍ନା କରିବା ଶିଖ।
– ସଫଳ ବ୍ୟକ୍ତିତ୍ୱଙ୍କ ଜୀବନ କାହାଣୀ ପଢ଼ିବା ବି ସଫଳତାର ନିକଟତର କରାଏ।
– ଅନ୍ୟ ସହ ପ୍ରତିଯୋଗିତା କର ନାହିଁ। ନିଜ ସହ ନିଜେ କର। କାଲି ଯେତିକି ସଫଳ ଥିଲ ଆଜି ତା’ ଠାରୁ ବେଶି ସଫଳ ହୋଇପାରିଛ କି ନାହିଁ ପରଖି ନିଅ।